ବିଧେୟକକୁ ରାଜ୍ୟପାଳଙ୍କ ସ୍ୱୀକୃତି; ପୂର୍ବତନ ବିଧାୟକ ପାଇବେ ଚିକିତ୍ସା ଭତ୍ତା

0

ଭୁବନେଶ୍ୱର : ଏଣିକି ପୂର୍ବତନ ବିଧାୟକମାନେ ଚିିକିତ୍ସା ଭତ୍ତା ବାବଦରେ ମାସିକ ଦୁଇ ହଜାର ଟଙ୍କା ପାଇବେ। ଗତ ମୌସୁମୀ ଅଧିବେଶନରେ ବିଧାନସଭାରେ ପାରିତ ଏ ସଂକ୍ରାନ୍ତ ବିଧେୟକକୁ ରାଜ୍ୟପାଳଙ୍କ ସ୍ୱୀକୃତି ମିଳିଛି। ପୂର୍ବତନ ବିଧାୟକମାନେ ପୂର୍ବରୁ ଚିକିତ୍ସା ଭତ୍ତା ବାବଦରେ କିଛି ଅର୍ଥ ପାଉନଥିଲେ। ପ୍ରଥମ ଥର ପାଇଁ ସେମାନେ ଏହି ସୁବିଧା ପାଇବେ। ପୂର୍ବତନ ବିଧାୟକମାନଙ୍କ ବାସ୍ତବ ସ୍ଥିତିକୁ ଦୃଷ୍ଟିରେ ରଖି ସେମାନଙ୍କ ଚିକିତ୍ସା ଖର୍ଚ୍ଚ ତୁଲାଇବାକୁ ଏହି ନୂତନ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ବିଧାନସଭାରେ ବିଧେୟକ ଆସିଥିଲା। ଓଡ଼ିଶା ବିଧାନସଭା ସଦସ୍ୟଙ୍କ ଦରମା, ଭତ୍ତା ଓ ପେନସନ(ସଂଶୋଧନ) ବିଧେୟକ ୨୦୧୮ ଗତ ସେପ୍ଟେମ୍ବର ମାସ ୬ ତାରିଖରେ ବିଧାନସଭାରେ ପାରିତ ହୋଇଥିଲା।

Leave A Reply