ଜାଣନ୍ତୁ, ଗୋବର୍ଦ୍ଧନ ପୂଜାର ବିଧି ଓ ଶୁଭ ମୁହୂର୍ତ୍ତ

0

କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ପ୍ରତିପଦା ତିଥିରେ ହୁଏ ଗୋବର୍ଦ୍ଧନ ପୂଜା । ଦୀପାବଳିର ଠିକ୍ ପର ଦିନ ଅର୍ଥାତ୍ ନଭେମ୍ବର ୮ ତାରିଖରେ ଗୋବର୍ଦ୍ଧନ ପୂଜା ପାଳନ ହେବ । କିଛି ଲୋକ ଏହି ଦିନଟିକୁ ଅନ୍ନକୁଟ ନାମରେ ଜାଣନ୍ତି । ଅନ୍ନକୁଟ ଶବ୍ଦର ଅର୍ଥ ହେଉଛି ଅନ୍ନ ସମୂହ । ଏହି ଦିନ ବିଭିନ୍ନ ପ୍ରକାର ଅନ୍ନ ଭଗବାନ କୃଷ୍ଣଙ୍କ ନିକଟରେ ସମର୍ପଣ କରାଯାଇ ବିତରଣ କରାଯାଏ । ତେଣୁ ଏହି ଦିନଟିକୁ ଅନ୍ନକୁଟ ରୂପେ ପାଳନ କରାଯାଏ ।

ପୌରାଣିକ ବିଷୟ ବସ୍ତୁ ଅନୁଯାୟୀ, ଏହି ଦିନ ଭଗବାନ କୃଷ୍ଣ ଏକ ଭୟଙ୍କର ବର୍ଷାରୁ ବୃନ୍ଦାବନବାସୀଙ୍କୁ ବଞ୍ଚାଇବା ପାଇଁ ଗୋବର୍ଦ୍ଧନ ପର୍ବତ ଉଠାଇଥିଲେ । ସେହି ଦିନରୁ ଭଗବାନ କୃଷ୍ଣଙ୍କ ଉଦ୍ଦେଶ୍ୟରେ ଗୋବର୍ଦ୍ଧନ ପୂଜା କରାଯାଉଛି ।

ଏହି ଦିନ ସଂଧ୍ୟା ସମୟରେ ବିଶେଷ ରୂପରେ ଭଗବାନ ଶ୍ରୀକୃଷ୍ଣଙ୍କ ପୂଜା କରାଯାଏ । ହିନ୍ଦୁ ଧର୍ମାବଲାମ୍ବୀମାନେ ଘରର ଅଗଣାରେ ଗାଈ ଓ ଗୋବରରେ ଗୋବର୍ଦ୍ଧନ ନାଥଙ୍କ ପ୍ରତିଛବି ବା ମୂର୍ତ୍ତି ତିଆରି କରି ପୂଜା କରନ୍ତି । ଏହା ପରେ ଗିରିରାଜ ଭଗବାନ(ପର୍ବତ)କୁ ପ୍ରସନ୍ନ କରିବା ପାଇଁ ଅନ୍ନକୁଟ ଭୋଗ ଲଗାଇଥାଆନ୍ତି ।

ଗୋବର୍ଦ୍ଧନ ପୂଜାର ଶୁଭ ମୁହୂର୍ତ୍ତ ସକାଳ ୬ଟା ୪୨ ମିନିଟ୍ ରୁ ୮ଟା ୫୧ ମିନିଟ୍ ପର୍ଯ୍ୟନ୍ତ ଏବଂ ଦ୍ବପ୍ରହର ୩ଟା ୧୮ ମିନିଟରୁ ୫ଟା ୨୭ ମିନିଟ୍ ପର୍ଯ୍ୟନ୍ତ ରହିଛି ।

ସକାଳ ୫ଟା ରେ ଶଯ୍ୟା ତ୍ୟାଗ କରି ତେଲ ଲଗାଇ ସ୍ନାନ କରନ୍ତୁ ।
ପରେ ସ୍ବଚ୍ଛ ବସ୍ତ୍ର ପରିଧାନ କରି ସହ ନିଜ ଇଷ୍ଟ ଦେବତାଙ୍କୁ ଧ୍ୟାନ କରନ୍ତୁ ।
ଘରର ମୁଖ୍ୟ ଦ୍ବାର ସମ୍ମୁଖରେ ଗାଈ ଓ ଗୋବର ଗୋର୍ବଦ୍ଧନ ପର୍ବତ ତିଆରି କରି ପୂଜା କରନ୍ତୁ ।

ଆଲେଖ୍ୟ-ବୈଜୟନ୍ତି ନାୟକ

Leave A Reply