ସାମ୍ବାଦିକା ଗୌରୀ ଲଙ୍କେଶଙ୍କୁ ହତ୍ୟା ପାଇଁ ୫ ବର୍ଷ ଧରି  ହୋଇଥିଲା ଯୋଜନା

0

ବେଙ୍ଗାଲୁର .-  ସାମ୍ବାଦିକା ଗୌରୀ ଲଙ୍କେଶଙ୍କୁ ହତ୍ୟା କରିବା ପାଇଁ ୫ ବର୍ଷ ଧରି ଯୋଜନା ଚାଲିଥିଲା । ଏହି ଘଟଣାର ତଦନ୍ତ କରୁଥିବା ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ ୯,୨୩୫ ପୃଷ୍ଟାର ତଦନ୍ତ ରିପୋର୍ଟ  ଅଦାଲତରେ ଦାଖଲ କରିଛନ୍ତି । ଏଥିରେ ୧୮ ଜଣ ଲୋକଙ୍କ ବିରୋଧରେ ହତ୍ୟା କରିବା ପାଇଁ ଯୋଜନା କରିବା ଓ ହତ୍ୟାକାଣ୍ଡକୁ ରୂପ ଦେବାର ଅଭିଯୋଗ ରହିଛି ।

ସନାତନ ସଂସ୍ଥା ଗୌରୀ ଲଙ୍କେଶଙ୍କୁ ହତ୍ୟା କରିବା ପାଇଁ ଯୋଜନା କରିଥିଲା । କୌଣସି ବ୍ୟକ୍ତିଗତ ଶତୃତା ନଥିଲେ ବି ସେମାନେ ଗୌରୀ ଲଙ୍କେଶଙ୍କୁ ହତ୍ୟା କରିବା ପାଇଁ ଯୋଜନା କରିଥିଲେ । ଗତ ବର୍ଷ ଗୌରୀ ଲଙ୍କେଶଙ୍କୁ ତାଙ୍କରି ଘର ସାମ୍ନାରେ ଗୁଳି କରି ହତ୍ୟା କରାଯାଇଥିଲା ।

Leave A Reply