ଏକାଥରକେ ୧୦ ସନ୍ତାନ ଜନ୍ମ

ପ୍ରିଟୋରିଆ: ଦକ୍ଷିଣ ଆଫ୍ରିକାର ଜଣେ ମହିଳା ଏକାବେଳକେ ସର୍ବାଧିକ ୧୦ ଶିଶୁ ଜନ୍ମଦେଇ ଗିନିଜ୍‌ ବୁକ୍‌ରେ ସ୍ଥାନ ପାଇଛନ୍ତି। ଏହି ମହିଳାଙ୍କ ନାମ ଗୋସିଆମେ ଥାମାରା ସିଥୋଲ ଓ ତାଙ୍କୁ ୩୭ବର୍ଷ। ସ୍ବାମୀ ଟିବୋଗୋ ସୋତେସିଙ୍କ ସୂଚନାନୁସାରେ ୭ମାସର ଗର୍ଭଧାରଣ ପରେ ଅ​‌େ​‌ସ୍ତ୍ରାପଚାର ମାଧ୍ୟମରେ ସୋମବାର ସମସ୍ତ ଶିଶୁ ଜନ୍ମ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୭ ପୁଅ ଥିଲାବେଳେ ୩ ଝିଅ ଅଛନ୍ତି। ନିକଟରେ ଡାକ୍ତରଙ୍କ ଦ୍ବାରା କରାଯାଇଥିବା ପରୀକ୍ଷାରୁ ଗର୍ଭରେ ୬ରୁ ୮ ଶିଶୁ ଥିବା ଅନୁମାନ କରାଯାଉଥିଲା; କିନ୍ତୁ ୧୦ ସନ୍ତାନ ଜନ୍ମ ପରେ ସେମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ଗତ ମାସରେ ମରୋକ୍କୋର ହଲିମା ସିସେ ଏକକାଳୀନ ୫ ଝିଅ ଓ ୪ ପୁଅଙ୍କୁ ମିଶାଇ ୯ଟି ସନ୍ତାନ ଜନ୍ମ କୀର୍ତ୍ତିମାନ ସ୍ଥାପନ କରିଥିଲେ; ଯାହାକୁ ସିଥୋଲ ଭଙ୍ଗ କରିଛନ୍ତି। ପୂର୍ବରୁ ସିଥୋଲଙ୍କର ୬ ବର୍ଷର ଯାଅଁଳା ସନ୍ତାନ ଅଛନ୍ତି। ନବଜାତକ ସୁସ୍ଥ ଥିବା ଡାକ୍ତରଖାନା ସୂତ୍ରରୁ ପ୍ରକାଶ।

Comments are closed.