ଗୋଶାଳା ନିର୍ମାଣ କରି ଅର୍ଥ ପାଇନାହାନ୍ତି ହିତାଧିକାରୀ

ମାଲକାନଗିରି : ମାଲକାନଗିରି ସଦର ବ୍ଲକ ସ୍ଥିତ ଶିଖପାଲ୍ଲୀ ପଂଚାୟତର ଏମ୍‍.ଭି. ୧୯ ଗ୍ରାମରେ ଜଣେ ହିତାଧିକାରୀ ଗୋଶାଳା ନିର୍ମାଣ କରି ଟଙ୍କା ପାଇ ନଥିବା ଅଭିଯୋଗ କରିଛନ୍ତିା ସୂଚନା ମୁତାବକ, ବିଗତ ବର୍ଷରେ ଏହି ଗ୍ରାମପଂଚାୟତରେ ଯେଉଁ ହିତାଧିକାରୀମାନେ ଗୋପାଳନ କରନ୍ତି ସେମାନଙ୍କୁ ମହାତ୍ମାଗାନ୍ଧୀ ଗ୍ରାମ୍ୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ମାଧ୍ୟମରେ ଗୋଶାଳା ଯୋଗାଇଦେବାର ବ୍ୟବସ୍ଥା ରହିଛିା ତେବେ ଏମ୍‍.ଭି. ୧୯ ଗ୍ରାମର ସମୀର ଦାସ ଗୋପାଳନ କରୁଥିବାରୁ ତାଙ୍କ ନାମରେ ଗୋଟିଏ ଗୋଶାଳା ନିର୍ମାଣ କରିବା ନିମନ୍ତେ ଶିଖପାଲ୍ଲୀ ଗ୍ରାମ ପଂଚାୟତ ତରଫରୁ ସୂଚନା ଦିଆଯାଇଥିଲ।। ତାଙ୍କ ଘରେ ଗ୍ରାମସେବକ ହରିବର ମଣ୍ଡଳ ପହଞ୍ଚି ଏହି କାର୍ଯ୍ୟ ନିମନ୍ତେ ଜିଓ ଟାଗ୍‍ କରିବା ସହ ତାଙ୍କୁ ଗୋଶାଳା ନିର୍ମାଣ ନିମନ୍ତେ ପରାମର୍ଶ ଦେଇଥିଲେ। ଗ୍ରାମସେବକ ଶ୍ରୀ ମଣ୍ଡଳଙ୍କ ପରାମର୍ଶ କ୍ରମେ ସମ୍ପୃକ୍ତ ହିତାଧିକାରୀ ସରକାରୀ ନୀତି ନିୟମ ଅନୁଯାୟୀ ଗୋଶାଳା ନିର୍ମାଣ କାର୍ଯ୍ୟ ସମାପ୍ତ କରିଥିଲୋ ପରବର୍ତୀ ସମୟରେ ତାଙ୍କୁ ଗୋଶାଳା ବାବଦକୁ କୌଣସି ଟଙ୍କା ପ୍ରଦାନ କରାଯାଇ ନଥିବା ସେ ଅଭିଯୋଗ କରିଛନ୍ତି।

ସମ୍ପୃକ୍ତ ହିତାଧିକାରୀଙ୍କ କହିବା ଅନୁସାରେ, ତାଙ୍କ ସହିତ ବ୍ୟକ୍ତିଗତ ଝଗଡ଼଼ା ହୋଇଥିବା ଯୋଗୁଁ ତାଙ୍କ ଗୋଶାଳା ଆଦେଶନାମା ଗ୍ରାମସେବକ ହରିବର ମଣ୍ଡଳ ରଦ୍ଦ କରିଥିବା ସେ ଅଭିଯୋଗ କରିଛନ୍ତି। ଅନେକ ହିତାଧିକାରୀ ଗୋପାଳନ ନକରିଥିଲେ ମଧ୍ୟ ସେମାନେ ଗୋଟିଏ ଲେଖାଏଁ ଗୋଶାଳା ପାଇଛନ୍ତିା କିନ୍ତୁ ସମୀର ଦାସ ୧୦ଟି ଗାଈ ରଖି ଗୋପାଳନ କରୁଛନ୍ତି। ସେ ଜଣେ ଦୁଗ୍ଧ ବ୍ୟବସାୟୀ ହୋଇଥିବା ବେଳେ ପଂଚାୟତ କର୍ତ୍ତୃପକ୍ଷଙ୍କ ନିର୍ଦେଶକ୍ରମେ ସରକାରୀ ନୀତି ନିୟମ ଅନୁସାରେ ଗୋଶାଳା ନିର୍ମାଣ କରିବା ପରେ ମଧ୍ୟ ତାଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଅର୍ଥ ପ୍ରଦାନ କରାଯାଇ ନଥିବା ସେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ମନରେଗା କର୍ମଚାରୀ ହରିବର ମଣ୍ଡଳଙ୍କୁ ପଚାରିବାରୁ ସେ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ନିର୍ଦେଶକ୍ରମେ ସମସ୍ତ କାର୍ଯ୍ୟ କରିଛନ୍ତି। ତାଙ୍କ ନାମରେ କୌଣସି ଗୋଶାଳା ଅନୁମୋଦନ ହୋଇ ନଥିଲା, ତଥାପି ସେ ଗୋଶାଳା ନିର୍ମାଣ କରିଛନ୍ତି କିନ୍ତୁ ସେ ଏହି ଗୋଶାଳାର ଟଙ୍କା ପାଇ ପାରିନାହାନ୍ତି ବୋଲି ସେ ପ୍ରକାଶ କରିଛନ୍ତିା ତେବେ ଏହି ପଂଚାୟତରେ ମନରେଗା ଯୋଜନାରେ ଆହୁରି ଅନେକ ଦୁର୍ନୀତି ହୋଇଥିବା ଶିଖପାଲ୍ଲୀ ପଂଚାୟତବାସୀ ଅଭିଯୋଗ କରିଛନ୍ତିା ଏଥିପ୍ରତି ଉଚ୍ଚସ୍ତରୀୟ ତଦନ୍ତ ନିମନ୍ତେ ପଂଚାୟତବାସୀ ଦାବି କରିଛନ୍ତିା

 

Comments are closed.