“ଜଗନ୍ନାଥ ସଂସ୍କୃତି ଜାତୀୟ ସଂହତିର ପ୍ରତୀକ”

ଗୋପାଳପୁର କଲେଜ ରେ ଜାତୀୟ ଆଲୋଚନା ଚକ୍ର   

ଗୋପାଳପୁର: ଗୋପାଳପୁର କଲେଜ ରେ ଆଜି ଇତିହାସ ବିଭାଗ ପକ୍ଷରୁ ଜାତୀୟ ସେମିନାର ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ କଲେଜର ଅଧ୍ୟକ୍ଷ ଡ଼ଃ.ବିପ୍ର ଚରଣ ମହାଙ୍କୁଡ ଅଧ୍ୟକ୍ଷତା କରିଥିବାବେଳେ ମୁଖ୍ୟ ଅତିଥି ଭାବେ ଉତ୍କଳ ବିଶ୍ୱବିଦ୍ୟାଳୟ ର କୁଳପତି ପ୍ରଫେସର ବ୍ୟମକେଶ ତ୍ରିପାଠୀ ଯୋଗ ଦେଇ ଉଦଘାଟନ କରିଥିଲେ। ଆଲୋଚନା ଚକ୍ରର ଶୀର୍ଷକ “ଜଗନ୍ନାଥ ସଂସ୍କୃତି ଜାତୀୟ ସଂହତିର ପ୍ରତୀକ” ଉପରେ ସଂସ୍କୃତି କୁ ସୁରକ୍ଷା ଓ ପ୍ରାଧାନ୍ୟତା ଦେବାକୁ ଆଜିର ଯୁବ ପିଢିଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ରହିଛି। ତାହା ସହ ଦେଶ ବିଦେଶରେ ଜଗନ୍ନାଥ ସଂସ୍କୃତି କିଭଳି ବଜାୟ ରଖିଥିବା ନେଇ ଆଲୋକପାତ କରିଥିଲେ। ମୁଖ୍ୟ ବକ୍ତା ଭାବେ ତାମିଲନାଡୁ କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ ର ଇତିହାସ ବିଭାଗର ମୁଖ୍ୟ ପ୍ରଫେସର.ଭଗବାନ ସାହୁ, ସମ୍ମାନୀତ ଅତିଥି ଭାବେ ବ୍ରହ୍ମପୁର ଖଲ୍ଲିକୋଟ ବିଶ୍ଵବିଦ୍ୟାଳୟ ର ପୂର୍ବତନ କୁଳପତି ପ୍ରଫେସର. ମନ୍ମଥ ପାଢ଼ୀ, ଉଚ୍ଚ ଶିକ୍ଷା ବିଭାଗର ଆଞ୍ଚଳିକ ନିର୍ଦ୍ଦେଶକ ଡ଼ଃ. ଲକ୍ଷ୍ମୀ କାନ୍ତ ତ୍ରିପାଠୀ ମଞ୍ଚାସିନ ରହି ନିଜ ନିଜ ମତବ୍ୟକ୍ତ କରିଥିଲେ।ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ଲକ୍ଷଣ ପାଳ ସ୍ବାଗତ ଭାଷଣ ଦେଇ ଥିବା ବେଳେ ଡ଼ଃ.ପିତାମ୍ବର ବିଷୋୟୀ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ସୋଭିନାର ଉନ୍ମୋଚନ କରାଯାଇଥିଲା।

 

ଡ. ଗିରିଶ ଚନ୍ଦ୍ର ବେହେରା ଧନ୍ୟବାଦ୍ ଅର୍ପଣ କରିଥିଲେ। ୨ ୟ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସରକାର ଙ୍କ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ତଥା ସଚିବ ଡଃ. ସୁନିଲ କୁମାର ପଟନାୟକ, ମୁଖ୍ୟ ବକ୍ତା ବ୍ରହ୍ମପୁର ଖଲ୍ଲିକୋଟ କଲେଜର ଇତିହାସ ବିଭାଗର ମୁଖ୍ୟ ପୂର୍ବତନ ପ୍ରଫେସର୍ ମଦନ ମୋହନ ମହାପାତ୍ର ଯୋଗ ଦେଇଥିଲେ। ଡ. ରାମ ଚନ୍ଦ୍ର ଜେନା ସ୍ବାଗତ ଭାଷଣ ଦେଇଥିଲେ।ଏଥିରେ ଡ. ଶ୍ୟାମା ପ୍ରସାଦ ମିଶ୍ର, ଡ. ଶିବ ପ୍ରସାଦ ଦାସ, ଡ.ପୁରୁଷୋତ୍ତମ ସାହୁ, ଡ. ରବି ନାରାୟଣ ଦାଶ, ଡ.ରଶ୍ମିତା ରାଣୀ, ଗାୟତ୍ରୀ ଲତା ଦେବୀ ସାହୁ, ଡ. ସୁଜିତ୍ କୁମାର ପଣ୍ଡା, ଡ. ଇତିଶ୍ରୀ ପଣ୍ଡା ପ୍ରମୁଖ ସନ୍ଦର୍ଭ ପାଠ କରିଥିଲେ। ରିପୋଟିଅର ଡ. ରଶ୍ମିତା କୁମାରୀ ପାତ୍ର, ଡ.ରାଜେନ୍ଦ୍ର କୁମାର ବିଷୋୟୀ ଯୋଗ ଦେଇଥିଲେ।ଶେଷରେ ଅଧ୍ୟାପକ ଡ.ମନୋଜ ପଟ୍ଟନାୟକ ଧନ୍ୟବାଦ୍ ଦେଇଥିଲେ। ଏହି କାର୍ଯ୍ୟ କ୍ରମରେ ଓ ଏ ଏସ ଡେପୁଟି କମିଶନର ଜି ଏସ ଟି ଫୁଲବାଣୀ ର ବିଭୁଦତ୍ତ ଆଚାରି,ପୂର୍ବତନ ଅଧକ୍ଷ ରମାକାନ୍ତ ଚୌଧୁରୀ,ଚକ୍ରଧର ପାତ୍ର,ଏସ.ରାମାରାଓ,ବନମାଳୀ ପାଣିଗ୍ରାହି,ବ୍ରହ୍ମପୁର ଜୋନ ଶିକ୍ଷା ବିଭାଗର ଯୁଗ୍ମ ସମ୍ପାଦକ ଡ. କୁଳମଣି ଓଝା ପ୍ରମୁଖ ଉପସ୍ଥିତ ଥିବା ବେଳେ କଲେଜର ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ଉପସ୍ଥିତ।

Comments are closed.