ସୁଆଣ୍ଡୋରେ ଗୋପବନ୍ଧୁ ଜୟନ୍ତୀ କାର୍ଯ୍ୟକ୍ରମ

ସୁଆଣ୍ଡୋ :  ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଉତ୍ସବ ଅକ୍ଟୋବର ୯ ତାରିଖ ଶନିବାର ଜନ୍ମପୀଠ ସୁଆଣ୍ଡୋରେ ଗୋପବନ୍ଧୁ ସ୍ମୃତି ପରିଷଦ ପକ୍ଷରୁ ପାଳନ କରାଯିବ ।
ସରକାରଙ୍କ ଦ୍ବାରା ଜାରି କରାଯାଇ ଥିବା କୋଭିଡ କଟକଣାକୁ ମାନି କେବଳ ମହାପୁରୁଷଙ୍କୁ ମାଲ୍ୟାର୍ପଣ ଓ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବ । କୌଣସି ସଭା ସମିତି ସମାବେଶ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ ନାହିଁ ।
ଗୋପବନ୍ଧୁ ପ୍ରେମୀ ମାନେ କୋଭିଡ କଟକଣା ମଧ୍ୟରେ ଯାଇ ଷଠିଘରେ ପୁଣ୍ୟାତ୍ମା ଗୋପବନ୍ଧୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାକୁ ଗୋପବନ୍ଧୁ ସ୍ମୁତି ପରିଷଦ ସଭାପତି ଧୀରେନ୍ଦ୍ର ନାଥ ଦାସ ଜଣାଇଛନ୍ତି।

Comments are closed.