ପୂଜା ପାଇଁ ଲାଗିଥିବା ଟେଣ୍ଟ ଭିତରେ ବିଦ୍ୟୁତ ଆଘାତରେ ନାବଳକ ମୃତ

ଗୋପାଳପୁର – ଗୋଳନ୍ଥରା ଥାନା ଅନ୍ତର୍ଗତ ମନହରା ଗାଁ ରେ ଶନିବାର ଦିନ ଗୋଟାଏ ବେଳେ ବିଦ୍ୟୁତ ଆଘାତରେ ରେ ଜଣେ ନାବାଳକ ଙ୍କ ମୃତ୍ୟୁ ଘଟଛି। ମୃତ ନାବଳକ ଜଣଙ୍କ ଏ ଶୁଭମ ପାତ୍ର ବୟସ ୧୫ ହୋଇଥିବା ବେଳେ ସେ କନିଷି ସ୍ଥିତ ବାଲାଜୀ ବିଦ୍ୟାପୀଠ ର ଦଶମ ଶ୍ରେଣୀ ର ଛାତ୍ର ଥିଲେ।ଶୁଭମ ଙ୍କ ବାପା ଏ ଦୁର୍ଯ୍ୟୋଧନ ପାତ୍ର ଓ ମାଁ ହାଇଦ୍ରାବାଦ ରେ ରହି କାମ କରୁଥିବା ବେଳେ ମୃତ ଶୁଭମ ମାମୁଁ ସିଏଚ ରଘୁନାଥ ପାତ୍ର ଙ୍କ ଘରେ ରହି ପାଠ ପଢୁଥଲେ।ଘର ସମ୍ମୁଖରେ ଗଣେଶ ପୂଜା ପାଇଁ ଲାଗିଥିବା ଟେଣ୍ଟ ପରିସରକୁ ଯାଇଥିବା ବେଳେ ବିଦ୍ୟୁତ ଆଘାତରେ ଆସି ଅଚେତ ହୋଇ ପଡିଥିଲେ।

ପରିବାର ବର୍ଗ ତୁରନ୍ତ ଶୁଭମ ଙ୍କୁ ବ୍ରହ୍ମପୁର ବଡ ମେଡିକାଲ କୁ ନେଇ ଥିଲେ ସୁଦ୍ଧା ଡାକ୍ତର ସେଠାରେ ତାକୁ ମୃତ୍ୟୁ ଘୋଷଣା କରିଥିଲେ।ଘଟଣା ନେଇ ମୃତ ଶୁଭମ ଙ୍କ ମାମୁଁ ଙ୍କ ପକ୍ଷରୁ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ ପରେ ପୁଲିସ ପକ୍ଷରୁ ୩୨୫/୨୨ ରେ ଋକ ମାମଲା ରୁଜୁ କରିବା ସହ ଶବକୁ ବ୍ରହ୍ମପୁର ବଡ ମେଡିକାଲ ରେ ଜବତ କରିଥିଲା। ଏହାପରେ ଶବ ବ୍ୟବଚ୍ଛେଦ ପୂର୍ବକ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି।ଘଟଣା ପରେ ଗାଁ ରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Comments are closed.