ଅର୍ଦ୍ଧନିର୍ମିତ ଶ୍ମଶ୍ମାନ ଗୃହକୁ ନିର୍ମାଣ କରିବାକୁ ବିଡିଓଙ୍କୁ ଦାବିପତ୍ର

ଗୋପାଳପୁର: ରଙ୍ଗେଇଲୁଣ୍ଡା ବ୍ଲକ୍ କୋଳଥି ଗାଁ ପଞ୍ଚାୟତ ଅଧୀନସ୍ଥ ତେର ଦାସପୁର ଗ୍ରାମରେ ଏମ ଏନ ଆର ଜିଏଏସ ପାଣ୍ଠି ବିନିଯୋଗରେ ନିର୍ମିତ ହୋଇଥିବା ଶ୍ମଶ୍ମାନ କାର୍ଯ୍ୟ ଅଧାପନ୍ତରିଆ କାମକୁ ସମ୍ପୁର୍ଣ୍ଣ କରିବା ନେଇ ଗ୍ରାମବାସୀଙ୍କ ତରଫରୁ ଏକ ଲିଖିତ ଦାବିପତ୍ର ରଙ୍ଗେଇଲୁଣ୍ଡା ବ୍ଲକ୍ ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କୁ  ପ୍ରଦାନ କରାଯାଇଅଛି। ଅଭିଯୋଗ ଅନୁଯାୟୀ ଚଳିତବର୍ଷ ପଞ୍ଚାୟତ ପକ୍ଷରୁ ଏହି ଶ୍ମଶ୍ମାନ ଗୃହ ନିର୍ମାଣ ଆରମ୍ଭ କରାଯାଇଥିବା ବେଳେ ଗତ କିଛି ଦିନ ହେଲା କାମ ହେଉନଥିବାରୁ ତାହା ଅଧାପନ୍ତରିଆ ଭାବେ ପଡି ରହିଛି। ଯାହାଫଳରେ କୈାଣସି ବ୍ୟକ୍ତିଙ୍କ ମୃତ୍ୟୁ ଘଟିଲେ ଶଵ ସତ୍କାର ନିମନ୍ତେ ଅସୁବିଧା ପରିଲକ୍ଷିତ ହେଉଛି।
ଏଣୁ ଏହି ଶ୍ମଶ୍ମାନ ଗୃହ କାର୍ଯ୍ୟ କୁ ତୁରନ୍ତ ସମାପ୍ତ କରିବାକୁ ଦାବି ଜଣାଯାଇଥିଲା। ଆଜି ତେର ଦାସପୁର ଗ୍ରାମ୍ୟ କମିଟି ସଭାପତି ରମେଶ ବେହେରା, ସଂପାଦକ ରମେଶ ବେହେରା, କାଳିଆ ବେହେରା, ନରେନ୍ଦ୍ର ବେହେରା , ମିଟୁ ବେହେରା, ସୁରେଶ ବେହେରା ପ୍ରମୁଖ ଉପସ୍ଥିତ ରହି ରଙ୍ଗେଇଲୁଣ୍ଡା ବ୍ଲକ୍ ବିଡିଓ ପ୍ରସନ୍ନ କୁମାର ପାତ୍ର ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଦାବୀପତ୍ର ଗ୍ରହଣ କରି ଯଥାଶୀଘ୍ର ସମସ୍ୟା ର ସମାଧାନ ପୂର୍ବକ ଆସନ୍ତା କାଲି ନିଜେ ବି.ଡି.ଓ ଶ୍ମଶାନ ଘାଟ ଅଞ୍ଚଳ ପରିଦର୍ଶନ କରିବେ ବୋଲି ପ୍ରତିଶୃତି ଦେଇଥିବା ଜଣାପଡିଛି।ଘଟଣା ନେଇ ସରପଞ୍ଚ ଗିତାଞଳି ପାତ୍ର ଙ୍କ ସହ ଯୋଗାଯୋଗ  ବେଳେ ସେ ସୂଚନା ଦେଇଛନ୍ତି ଏମ ଏନ ଆରଜିଏସରେ ଶ୍ମଶ୍ମାନ ଗୃହ ନିର୍ମାଣ ନିମନ୍ତେ ୨୦୧୯-୨୦ ଆର୍ଥିକ ବର୍ଷରେ ୪ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଥିଲା। ଏହି କ୍ରମରେ ଚଳିତବର୍ଷ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ କାର୍ଯ୍ୟରେ ନିୟୋଜିତ ରହିଥିବା ମିସ୍ତ୍ରୀ ଙ୍କ ଦେହ ଅସୁସ୍ଥ ଯୋଗୁଁ କାର୍ଯ୍ୟ ଅଟକି ଯାଇଥିଲା। ଦିନେ ଦୁଇଦିନ ମଧ୍ୟରେ ଏହାର ପୁନଃ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ସହ ତୁରନ୍ତ ଏହାକୁ ସମ୍ପୂର୍ଣ୍ଣ କରାଯିବ ବୋଲି ପ୍ରକାଶ କରିଥିଲେ।

Comments are closed.