ରଙ୍ଗେଇଲୁଣ୍ଡା ବ୍ଲକ: ବିଜେଡି ଅଙ୍କ ଛିଡୁନି, ସୁବିଧା ସ୍ଥିତିରେ ବିଜେପି, କଂଗ୍ରେସ ଖୋଜୁଛି ପ୍ରାର୍ଥୀ

ଗୋପାଳପୁର: ପଞ୍ଚାୟତ ନିର୍ବାଚନ ନିମନ୍ତେ ବିଗୁଲୁ ବାଜିବା ପରେ ରଙ୍ଗେଇଲୁଣ୍ଡା ବ୍ଲକରେ ଥିବା ବିଜେପି, ବିଜେଡି ଓ କଂଗ୍ରେସ ଦଳ ମଧ୍ୟରେ ଉତ୍ସାହ ବଢି ଯାଇଥିବା ସହ ଏହ ତିନି ଦଳ ପକ୍ଷରୁ ଉପଯୁକ୍ତ ଜିଲ୍ଲାପରିଷଦ ସଭ୍ୟ, ସରପଞ୍ଚ ସମେତ ସମିତ ସଭ୍ୟ ପ୍ରାର୍ଥୀ ଖୋଜିବା ଆରମ୍ଭ କରିଦେଇଥିବା ସହ ଅଙ୍କ କଷା ଜୋରସୋରରେ ଆରମ୍ଭ ହୋଇ ଯାଇଥିବା ଦେଖିବାକୁ ମିଳିଛି। ଅନ୍ୟ ପଟେ ଗତ ସାଧାରଣ ନିର୍ବାଚନ ୨୦୧୯ ପରଠାରୁ ଗୋପାଳପୁର ନିର୍ବାଚନମଣ୍ଡଳୀ ବିଧାୟକ ବିହୀନ ବିଜେଡି ଦଳ ଭାବରେ ଏଠାରେ କାର୍ଯ୍ୟ ହେଉଥିବା ସହ ବିଜେଡି କର୍ମୀ ଓ ନେତାମାନେ ତୃତୀୟ ମହଲର ଆଦେଶକୁ ଚାହିଁ ବସି ରହିଥିବା ବେଳେ ପ୍ରାର୍ଥୀ ଖୋଜା ଏବଂ ନିଜର ଲୋକଙ୍କୁ ଜିଲ୍ଲା ପରିଷଦ ଏବଂ ବ୍ଲକ ଅଧ୍ୟକ୍ଷା କରିବା ଲବି ନେଇ ବିଜେଡି ଦଳ ମଧ୍ୟରେ ଅନ୍ତଃଦ୍ଵନ୍ଦ ବଢିବା ସହ ବ୍ଲକ ବିଜେଡି ଭାଗ ଭାଗ ହେବାରେ ଲାଗିଥିବା ରାଜନୈତିକ ମହଲରେ ଆଲୋଚନା ଜୋର ଧରିଛି।ଏହା ସହ ଦଳ ପକ୍ଷରୁ ବ୍ଲକ ଉପାଧ୍ୟକ୍ଷଙ୍କୁ ବ୍ଲକ ବିଜେଡି ସଭାପତି ଭାବେ ଦାୟିତ୍ଵ ଦିଆଯାଇଥିଲେ ମଧ୍ୟ ପୂର୍ବରୁ ଅଧ୍ୟକ୍ଷ ଭାବରେ ରହିଥିବା ବ୍ୟକ୍ତି ଜଣଙ୍କ କାହାକୁ ମାନୁନଥିବା ବେଳେ ନିଜ ପାଖରେ ଥିବା ଅର୍ଥବଳ ଯୋଗୁଁ ଗୋଟିଏ ଜିଲ୍ଲାପରିଷଦ ସମେତ ବ୍ଲକ ଅଧ୍ୟକ୍ଷା ପଦବୀ ପୁଣିଥରେ ତାଙ୍କ ଝୋଲାରେ ଦେବା ନିମନ୍ତେ ଏବେ ଠାରୁ ଘୋଷଣା କରିଥିବା ଯୋଗୁଁ ଦଳ ମଧ୍ୟରେ ଫାଟ ଦେଖା ଦେଇଥିବା ଆଲୋଚନା ଜୋର ଧରିଛି।

ରଙ୍ଗେଇଲୁଣ୍ଡା ବ୍ଲକ ରେ ୩ ଟି ଜିଲ୍ଲା ପରିଷଦ ସହ ୩୨ ଟି ପଞ୍ଚାୟତ ରହିଛି।ଏହା ମଧ୍ୟରେ ଚଳିତ ବର୍ଷ ୫୩ ନମ୍ବର ଜୋନ ଜିଲ୍ଲାପରିଷଦ ଆସନ ମହିଳା ପାଇଁ ସଂରକ୍ଷଣ ଥିବା ବେଳେ ବିଜେଡି ଏଠାରୁ ପୂର୍ବତନ ଜିଲ୍ଲାପରିଷଦ ତଥା ହଳଦିଆପଦର ସରପଞ୍ଚ ରାଜେଶ୍ୱରୀ ଦୋରାଙ୍କୁ ପ୍ରାର୍ଥୀ କରୁଥୁବା ନିଷ୍ପତି ହୋଇଥିଲେ ମଧ୍ୟ ଆଜି ଆଉ ଦୁଇ ଜଣ ପ୍ରାର୍ଥୀ ଜିଲ୍ଲା ପରିଷଦ ନିମନ୍ତେ ନିଜର ଆବେଦନ ପତ୍ର ବ୍ଲକ କମିଟିକୁ ଦେଇଥିବା ଜଣାପଡିଛି। ଅନ୍ୟ ପଟେ ବିଜେପି ପକ୍ଷରୁ କନିଷିର ପୂର୍ବତନ ସମିତି ସଭ୍ୟା କାଜଲ ପାତ୍ରଙ୍କୁ ଏଠାରେ ପ୍ରାର୍ଥୀ କରାଇବାକୁ ଏଟ ପ୍ରକାର ସ୍ଥିର କରିଥିବା ଜଣାପଡିଛିl

ସେହିପରି ବ୍ଲକ କଂଗ୍ରେସର ନୂତନ ଭାବେ ଦାୟିତ୍ୱ ନେଇଥିବା ସଭାପତି ଡବ୍ଲୁ ବାଲକ୍ରିଷ୍ଣା ମଧ୍ୟ ଚଳିତ ନିର୍ବାଚନରେ ଅନ୍ୟ ଦୁଇ ଦଳକୁ ଟକ୍କର ଦେବା ନିମନ୍ତେ ରଣନୀତି ପ୍ରସ୍ତୁତ କରୁଥୁବା ଦେଖିବାକୁ ମିଳିଛିଲ ସେହି ପରି ବିଜେଡି ଗଡ ଭାବରେ ଦୀର୍ଘ ବର୍ଷ ଧରି ପରିଚିତ ରହିଥିବା ୫୪ନମ୍ବର ଆସନ ପାଇଁ ବିଜେପି ଯୁବନେତା ତଥା ଯୁବ ସମାଜସେବୀ ଶୁଭାଶିଷ ସାହୁଙ୍କୁ ପ୍ରାର୍ଥୀ କରିବା ନିମନ୍ତେ ବିଜେପି ଦଳ ପାଇଁ ନିଷ୍ପତ୍ତି ନେଇ ଏବେ ଠାରୁ ମଇଦାନକୁ ପଠାଇ ପ୍ରଚାର କାର୍ଯ୍ୟ ଆରମ୍ଭ କରିଥିବା ବେଳେ ଏହି ଜୋନରେ ବିଜେଡିର ପ୍ରବଳ ଗୋଷ୍ଠି କନ୍ଦୋଳ ଯୋଗୁଁ ସହ ଏହି ଜୋନରୁ ୯ ଜଣ ପ୍ରାର୍ଥୀ ଜିଲ୍ଲା ପରିଷଦ ନିମନ୍ତେ ଆଶାୟୀ ରହିଥିବାରୁ ବିଜେଡି ଏଠାରୁ କାହାକୁ ପାର୍ଥୀ କରିବ ତାହା ନିଷ୍ପତି ନେଇପାରୁନି ବୋଲି ଦଳର ଜଣେ ତୁଙ୍ଗ ନେତା ମତ ଦେଇଛନ୍ତି, କିନ୍ତୁ ଏହି ଜୋନରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ରହିଥିବା ନେତା ଜଣଙ୍କ ନିଜର ଲୋକଙ୍କୁ ଏଠାରେ ପ୍ରାର୍ଥୀ କରିବାକୁ ଅଡି ବସିଥିବାରୁ ଦଳ କଣ ନିଷ୍ପତ୍ତି ନେବ ତାହା ଦେଖିବାକୁ ବାକି ରହିଲା।

ସେହି ପରି ୫୫ ନମ୍ବର ଜୋନଟି ଅନୁସୂଚିତ ଜାତିଙ୍କ ନିମନ୍ତେ ସଂରକ୍ଷିତ ରହିଥିବାରୁ ତିନିଦଳ ଉପଯୁକ୍ତ ପ୍ରାର୍ଥୀ ଖୋଛିବାରେ ଲାଗି ପଡିଥିବା ଆଲୋଚନା ଜୋର ଧରିଛି। ଅନ୍ୟ ପଟେ ଆଜି ଦିନ ତମାମ ନିର୍ବାଚନ ଆଚରଣବିଧି କାର୍ଯକାରୀ ପରେ ମଧ୍ୟ ବ୍ଲକ କାର୍ଯ୍ୟାଳୟ କ୍ୟାମ୍ପସ ପରିସରରେ ବ୍ଲକ ଅଧ୍ୟକ୍ଷାଙ୍କ କାର୍ଯ୍ୟାଳୟ ପରିସରରେ ବିଜେଡି ପକ୍ଷରୁ ଆଚରଣବିଧି ଉଲ୍ଲଂଘନ କରି ବୈଠକ କରି ପ୍ରାର୍ଥୀ ଖୋଜା କାମ ଚାଲୁରହିଥିବା ଦେଖିବାକୁ ମିଳିଛି। ରଙ୍ଗେଈଲୁଣ୍ଡା ବ୍ଲକ ରାଜିନୀତି ଏବେ ଚଳଚଞ୍ଚଳ ହେଉଥୁବା ବେଳେ କଟକଣା ମଧ୍ୟରେ ନିର୍ବାଚନ ହେଉଥୁବାରୁ ଚଳିତ ନିର୍ବାଚନରେ ଯେଣେତେଣେ ବ୍ଲକ ସମିତି କୁ ଅକ୍ତିଆର କରିବାକୁ ବିଜେପି ରଣ ନୀତି ଆରଂଭ କରଛି। ଗତ ନିର୍ବାଚନରେ ବିଜେପି ନିଜର ରଣ କୌଶଳ କରି ସମିତି ଅକ୍ତିୟାର କରିବାକୁ ଯୋଜନା କରିଥିଲେ ମଧ୍ୟ ବିଫଳ ହୋଇଥିଲା। କାରଣ ବ୍ଲକରେ କିଛି ପଂଚାୟତରେ ପାର୍ଥୀ ଦେଇ ପାରିନଥିଲା ଏହାର ସୁଯୋଗ ନେଇ ବିଜେଡି ସମିତି ଦଖଲ କରିଥିଲା। ଚଳିତ ଥର ମଧ୍ୟ ସମିତି ଅଧକ୍ଷ ପଦଟି ମହିଳାଙ୍କ ପାଇଁ ସଂରକ୍ଷଣ ରହିଥିବାରୁ ସମିତି ଅଧକ୍ଷ ପଦ ବିଜେଡି ବଜାୟ ରଖିବା ପାଇଁ ଏବେଠୁ ଗୋଟି ଚାଲାଣ ଆରମ୍ଭ କରିଥିବା ଜଣାପଡିଛି। ଜନ ବିରୋଧୀ କାର୍ଯ୍ୟ କରି ବିଧାୟକ ଡ଼ ପ୍ରଦିପ କୁମାର ପାଣିଗ୍ରାହୀ ଦଳରୁ ବହିଷ୍କାର ହେବା ପରେ ଏଠାରେ ଦଳ ପଥଭ୍ରଷ୍ଟ ହୋଇଥିବା ଜଣା ପଡିଥିଲା।କାରଣ ନେତା ବିହୀନ ନିର୍ବାଚନ ମଣ୍ଡଳୀ ରେ ସଙ୍ଗଠନ କାମ ଦୂର୍ବଳ ହେବା ସହ ବିଜେଡି ସାଙ୍ଗଠନିକ କାମ ସୁପ୍ତ ଅବସ୍ଥାକୁ ଚାଲି ଆସିଥିଲା।। ଏହାକୁ ସଜାଡ଼ିବା ପାଇଁ ସିଧାସଳଖ ମୁଖ୍ୟମନ୍ତୀ ଏହି ନିର୍ବାଚନ ମଣ୍ଡଳୀ କଥା ବୁଝିବେ ବୋଲି ଘୋଷଣା କରିବା ସହ ମୁଖମନ୍ତ୍ରୀଙ୍କ ଓଏସଡି ଦାୟିତ୍ଵରେ ରହିଥିବା ଡ଼ ଗୋପବନ୍ଧୁ ଦାସ ପ୍ରତି ମୁହୁର୍ତ୍ତ ଏଠାରେ ଉପସ୍ଥିତ ରହି ସମସ୍ତ କଥା ବୁଝିବା ସହ ଦଳ ମଧ୍ୟରେ ରହିଥିବା କନ୍ଦଳକୁ କିଛି ମାତ୍ରାରେ ଲାଘବ କରିବାରେ ସକ୍ଷମ ହୋଇଥିଲେ ମଧ୍ୟ କନ୍ଦଳକୁ ସମ୍ପୂର୍ଣ୍ଣ ଭାବେ ସଫା କରି ପାରି ନାହାଁନ୍ତି। ଯାହା ପଞ୍ଚାୟତ ନିର୍ବାଚନରେ ଜଣା ପଡିବ ବୋଲି ଆଲୋଚନା ହେଉଛି। ବିଜେଡି ମଧ୍ୟରେ ରହିଥିବା ଗୋଷ୍ଠୀ କନ୍ଦଳ ବିଜେପିକୁ ଫାଇଦା ହେବ ବୋଲି ରାଜନୈତିକ ସମୀକ୍ଷକ ମାନେ ମତ ଦେଇଛନ୍ତି।

Comments are closed.