ଜାତୀୟ ରାଜପଥ ନିକଟରୁ ଅଜଣା ଯୁବକର ଗଳିତ ଶବ ଉଦ୍ଧାର

ଗୋପାଳପୁର : ଗୋଳନ୍ଥରା ଥାନା ଅନ୍ତର୍ଗତ ୧୬ନମ୍ବର ଜାତୀୟ ରାଜପଥ ନିକଟରୁ ଜଣେ ୩୦ରୁ ୩୨ବର୍ଷ ବୟସ୍କ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଶବଟି ପଚିଯାଇଥିବାରୁ ଏହା ବହୁଦିନ ଧରି ପଡିରହିଥିବା ପୁଲିସ ଅନୁମାନ କରିଛି। ବର୍ତ୍ତମାନ ସୁଦ୍ଧା ଯୁବକର ପରିଚୟ ମିଳିପାରିନାହିଁ। ପୁଲିସ ଏକ ଅପମୃତ୍ୟୁ ମାମଲା କରି ତଦନ୍ତ ଚଳାଇଛି। ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ପୁଲିସ ସୂଚନା ଦେଇଛି।

Comments are closed.