ଗୋପାଳପୁର ମୁହାଣରୁ ମହିଳାଙ୍କ ମୃତଦେହ ଉଦ୍ଧାର, ମିଳୁନି ପରିଚୟ

ଗୋପାଳପୁର: ଗୋପାଳପୁର ମୁହାଣ ଅଞ୍ଚଳରୁ ଗତ ମଙ୍ଗଳବାର ସନ୍ଧ୍ୟା ସମୟରେ ଜଣେ ଅଚିହ୍ନା ମହିଳାଙ୍କ ଭାସମାନ ଅବସ୍ଥାରେ ମୃତ ଦେହ ଉଦ୍ଧାର କରାଯାଇଥିଲା। ଏହା ମଧ୍ୟରେ ପ୍ରାୟ ୨୪ ଘଣ୍ଟା ବିତିବାକୁ ବସିଥିଲେ ମଧ୍ୟ ମହିଳାଙ୍କ ପରିଚୟ ମିଳି ପାରିନାହିଁ। ଆଜି ସକାଳେ ଡଗ ସ୍କାର୍ଡ ସହ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରି ତଦନ୍ତ କରିଥିଲେ ସୁଦ୍ଧା ଘଟଣା ସ୍ଥଳରୁ କୈାଣସି ସୁରାଗ ମିଳି ପାରିନଥିବା ପୁଲିସ ସୂଚନା ଦେଇଛି । ଅନ୍ୟ ପଟେ ମୃତଦେହ ଉଦ୍ଧାର ସ୍ଥାନଠାରୁ ୨୦୦ ମିଟର ଦୂରରେ ହଳେ ଚପଲ ସହ ଗୋଟିଏ ଛତା ମିଳିଥିଲା। ତାହା ଉକ୍ତ ମହିଳାଙ୍କ ବୋଲି ତଦନ୍ତ ବେଳେ ଜଣାପଡିଛି। ତଦନ୍ତ ପରେ ପୁଲିସ ପକ୍ଷରୁ ମୃତ ମହିଳାଙ୍କ ଶବକୁ ବ୍ୟବଛେଦ କରାଯିବା ସହ ବ୍ରହ୍ମପୁର ବଡ ମେଡିକାଲର ଶବଗୃହରେ ସଂରକ୍ଷିତ କରି ରଖାଯାଇଥିବା ଗୋପାଳପୁର ଥାନା ଆଇଆଇସି ମାଧବାନନ୍ଦ ନାୟକ ପ୍ରକାଶ କରିଛନ୍ତି।

ଏଥି ସହ ପୁଲିସ ପକ୍ଷରୁ ତିନୋଟି ଟିମ ଗଠନ ସହ ଗୋପାଳପୁର ଆଖପାଖ ଅଞ୍ଚଳରେ ପୁଲିସ ମହିଳାଙ୍କ ଫଟୋ ଦେଖାଇ ପରିଚୟ ଜାଣିବାକୁ ଚେଷ୍ଟା କରୁଥିଲେ ସୁଦ୍ଧା ବୁଧବାର ସନ୍ଧ୍ୟା ସୁଦ୍ଧା ଏଥିରେ କୈାଣସି ସଫଳ ମିଳି ପାରିନାହିଁ। ଏହା ସହ ଜିଲ୍ଲାର ସମସ୍ତ ଥାନାକୁ ମୃତ ମହିଳାଙ୍କ ସୂଚନା ପାଇବା ନେଇ ଅବଗତ କରାଯାଇଛି। ସୂଚନା ଯୋଗ୍ୟ ଯେ ମଙ୍ଗଳବାର ସନ୍ଧ୍ୟାରେ ଗୋପାଳପୁର ମୁହାଣ ଅଞ୍ଚଳରୁ ସମୁଦ୍ରରେ ଭାସମାନ ଅବସ୍ଥାରେ ୪୦ ବର୍ଷଆ ମହିଳାଙ୍କ ମୃତ ଦେହ ଉଦ୍ଧାର କରାଯାଇଥିଲା।

Comments are closed.