ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ରସାୟନ ବିଜ୍ଞାନ ବିଭାଗ ପକ୍ଷରୁ ସଚେତନତା

ଗୋପାଳପୁର: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ରସାୟନ ବିଜ୍ଞାନ ବିଭାଗର ଅଧ୍ୟାପକ ଡ଼ଃ.ବିଭୂତି ଭୂଷଣ ପରିଡ଼ାଙ୍କ ଅଧ୍ୟକ୍ଷତାରେ ରଙ୍ଗେଇଲୁଣ୍ଡା ସ୍ଥିତ ବାତ୍ୟା ଆଶ୍ରୟସ୍ଥଳୀ ଠାରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ସମାଜ ଓ ସ୍ଵାସ୍ଥ୍ୟ ସେବାରେ ରସାୟନ ବିଜ୍ଞାନର ଭୂମିକା ଉପରେ ସଚେତନତା କରାଯାଇଥିଲା। ଏଥିରେ ଦୈନଦିନ ଜୀବନ କୃଷି, ସ୍ଵାସ୍ଥ୍ୟ ସେବା ଏବଂ ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ତଥା ବିଭିନ୍ନ ଉପକରଣରେ ରାସାୟନିକ ବିଜ୍ଞାନର ଭୂମିକା ଉପରେ ଆଲୋକପାତ କରିଥିଲେ। କୋଭିଡ଼ ୧୯ ସମୟରେ ବ୍ୟବହୃତ ବିଭିନ୍ନ ମେଡିସିନ ରାସାୟନିକ ବିଜ୍ଞାନର ଅବଦାନ, ଚାହିଦା ଓ ଉପକାରିତା ରହିଥିବା ଆଲୋକପାତ କରିଥିଲେ। ଏଥିରେ ଡ. ରବି ନାରାୟଣ ସାହୁ, ସ୍ମିତା ବlଳା ପଣ୍ଡା, ସ୍ଥାନୀୟ ସରପଞ୍ଚ ବି. ଚାନ୍ଦ୍ରେୟା ରେଡ୍ଡୀ, ପଞ୍ଚାୟତ ସଭାପତି ରାମହରି ଦାସ ମଞ୍ଚାସିନ ଥିଲେ। ଭାରତୀ ଦାସ, ସାଗରିକା ପାତ୍ର, ସାୟିଦା ତାଲିୟା ରାଫତ ପ୍ରମୁଖ ସହୋଯୋଗ କରିଥିଲେ।

Comments are closed.