ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ- ହଷ୍ଟେଲ ଫି’ ହ୍ରାସ ଦାବିରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ପ୍ରଦର୍ଶନ

ଗୋପାଳପୁର: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ହଷ୍ଟେଲ ଫି’ ହ୍ରାସ ଦାବି ନେଇ ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ  ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଛାତ୍ରଛାତ୍ରୀଙ୍କ କହିବା ଅନୁଯାୟୀ ୨୦୨୦-୨୧ ପ୍ରଥମ ଶିକ୍ଷା ବର୍ଷର ସେମାନେ  ଗତ  ଫେବୃୟାରୀ ମାସରେ ହଷ୍ଟେଲରେ ରହିବା ପାଇଁ ୩୩୦୦ ଟଙ୍କା ବିଶ୍ଵବିଦ୍ୟାଳୟରେ ପଇଠ କରିଥିଲେ। ଏହା ପରେ ବିଶ୍ଵବିଦ୍ୟାଳୟ ପକ୍ଷରୁ ସେମାନଙ୍କୁ ହଷ୍ଟେଲରେ ରହିବା ନିମନ୍ତେ ଅନୁମତି ମିଳିଥିଲା, କିନ୍ତୁ କୋରନାର ଦୃତୀୟ ଲହରୀକୁ ଦୃଷ୍ଟିରେ ରଖି ଗତ ମାସ ୧୩ତାରିଖରେ ହଷ୍ଟେଲ ଖାଲି କରିବାକୁ ବିଶ୍ଵବିଦ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଥିବା ବେଳେ ମେ ୧୬ତାରିଖରେ ବିଦ୍ୟାର୍ଥୀ ମାନେ  ଛାତ୍ରାବାସ ଓ ଛାତ୍ରୀନିବାସୀ  ଖାଲି କରି ନିଜ ଘରକୁ ଚାଲି ଯାଇଏ । କରୋନା କଟକଣା କୋହଳ ହେବା ପରେ ବିଶ୍ଵବିଦ୍ୟାଳୟ ପକ୍ଷରୁ ଅଗଷ୍ଟ ମାସରେ ସେମାନଙ୍କୁ ପୁଣି  ହଷ୍ଟେଲ ରହିବାକୁ ଅନୁମତି ଦିଆଯାଇଥିଲା । ଏହା ମଧ୍ୟରେ ଅକ୍ଟୋବର ମାସ ୧ ତାରିଖରେ ୫ ହଜାର ୩୫୦ ଟଙ୍କା ପଇଠ ନିମନ୍ତେ ବିଶ୍ବବିଦ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବା ସହ ୮ ତାରିଖରେ ମଧ୍ୟରେ ହଷ୍ଟେଲ ଫି’ ପଇଠ କରିବା ପାଇଁ  ବିଜ୍ଞପ୍ତି ଜାରି କରାଯାଇଥିଲା। ବିଜ୍ଞପ୍ତି ପ୍ରକାଶ ପରେ ଛାତ୍ରମାନେ ଗତ ଦୁଇଦିନ ତଳେ ଫିସ ଛାଡ କରିବା ନେଇ ହଷ୍ଟେଲ ୱାର୍ଡନକୁ ଏକ ଲିଖିତ ଆକାରେ ଅଭିଯୋଗ କରିଥିଲେ । ଅଭିଯୋଗ କରିବାର ଦୁଇ ଦିନ ମଧ୍ୟରେ ବିଶ୍ୱବିଦ୍ୟାଳୟ କତ୍ତୃପକ୍ଷଙ୍କ ସହ ଏ ବିଷୟରେ ଆଲୋଚନା କରିବୁ ବୋଲି ହଷ୍ଟେଲ ୱାର୍ଡନ କହିଥିଲେ । କିନ୍ତୁ ଏହା ମଧ୍ୟରେ ଦୁଇଦିନ ବିତି ଯାଇଥିବା ବେଳେ ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷ ପକ୍ଷରୁ ବିଦ୍ୟାର୍ଥୀ ଙ୍କ ଦାବି ନେଇ କୈାଣସି ପଦକ୍ଷେପ ନନିଆ ଯିବାରୁ ଆଜି ଛାତ୍ରାବାସ ଓ ଛାତ୍ରୀନିବାସୀ  ପ୍ରାୟ ୩ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ  ପ୍ରସାଶନକ କୋଠା ସମୁଖରେ ଧାରଣାରେ ବସିବା ସହ ପ୍ରତିବାଦ କରିଥିଲେ ।
ଛାତ୍ରଛାତ୍ରୀ ମାନେ ପ୍ରାୟ ତିନି ଘଣ୍ଟା ଧରି ଧାରଣା ଦେବା  ପରେ  କୁଳପତି ପ୍ରଫେସର ଗୋବିନ୍ଦ ଜେ ଚକ୍ରପାଣି  ଓ ଉପକୂଳ ସଚିବ ଡଃ ବାବୁଜି ସମାଲ ,ସହକୂଳସଚିବ ଡ଼ଃ ସରୋଜ କୁମାର ଦାସ , କ୍ୟାମ୍ପସ ସୁପ୍ରଭାଇଜର ଡ଼ଃ ମିହିର କୁମାର ତ୍ରିପାଠୀ , ନିରାପତ୍ତା ଅଫିସର ରବିନ୍ଦ୍ର କୁମାର ମଲ୍ଲିକ ,ଭଞ୍ଜବିହାର ଫାଣ୍ଡି ଅଧିକାରୀ ଶଙ୍କର ରାୟ ,ଛାତ୍ରାବାସ ର ୱାର୍ଡନ  ଫ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁ ,ଛାତ୍ରୀନିବାସୀ ର ୱାର୍ଡନ ପ୍ରଫେସର ପୁଷ୍ପାଞ୍ଜଳି ସାମନ୍ତରାୟ ପ୍ରମୁଖ ବିକ୍ଷୋଭ ସ୍ଥଳ ରେ ପହଁଞ୍ଚି ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ । ଆଲୋଚନାରେ କୌଣସି ସମାଧାନ ନ ହେବା ଫଳରେ ଛାତ୍ରଛାତ୍ରୀମାନେ ସେମାନଙ୍କ ବିକ୍ଷୋଭ  ଜାରି ରଖିଥିଲେ। ଏହାପରେ ଅପରାହ୍ନ  ସାଢେ଼ ଚାରିଟା ବେଳେ ବିଦ୍ୟାର୍ଥୀ ମାନେ ନିଜେ ନିଜେ ଧାରଣା ରୁ ଓହରି ଯାଇଥିବା ଜଣାପଡ଼ିଛି । ଆସନ୍ତା କାଲି ପୁଣି ଧାରଣା ଦେବେ ବୋଲି କିଛି ଛାତ୍ରଛାତ୍ରୀଙ୍କ ପକ୍ଷରୁ ସୂଚନା ମିଳିଛି । ଏ ନେଇ କୁଳପତି କହିଥିଲେ ଯେ କୌଣସି ଛାତ୍ରଛାତ୍ରୀ ମୋତେ ଲିଖିତ ଅଭିଯୋଗ ପତ୍ର ଦେଇନଥିଲେ । କିନ୍ତୁ ଉଚ୍ଚ ଶିକ୍ଷା ବିଭାଗୀୟ ନିର୍ଦ୍ଦେଶ କ୍ରମେ ଯାହା ବିଜ୍ଞପ୍ତି ଜାରି ହୋଇଥିଲା ସେହି ହିସାବରେ ଚଳିତ ବର୍ଷ ହଷ୍ଟେଲ ଫିଜ ଧାର୍ଯ୍ୟ ହୋଇଥିଲା । କିନ୍ତୁ ଏଥିରେ ଛାତ୍ରଛାତ୍ରୀ ଅସନ୍ତୋଷ ଥିବାରୁ  ଧାର୍ଯ୍ୟ ହୋଇଥିବା ୫୮୫୦ ଟଙ୍କା ଫି ରୁ  ଦୁଇ ହଜାର ୫୦୦ ଟଙ୍କା କମାଯାଇଛି।  ଚଳିତ ବର୍ଷ ନଭେମ୍ବର ୩୦ ରୁ ଡିସେମ୍ବର ୧୦ ମଧ୍ୟରେ   ଛାତ୍ରଛାତ୍ରୀ ମାନେ ଫି ପଇଠ  କରିବାକୁ ଆଜି ଅପରାହ୍ନରେ କୁଳପତି ଙ୍କ ନିର୍ଦ୍ଦେଶ କ୍ରମେ ପିଜି କାଉନସିଲ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।

Comments are closed.