ପ୍ଲାଷ୍ଟିକ ମୁକ୍ତ ସଚେତନତା ସହ ବେଳାଭୂମି ସଫେଇ

ଗୋପାଳପୁର: ଗୋପାଳପୁର ବେଳାଭୂମି ଠାରେ ଗଞ୍ଜାମ ଜିଲ୍ଲାପାଳ ବିଜୟା ଅମ୍ବୃତା କୁଲାଙ୍ଗେଙ୍କ ନିର୍ଦ୍ଦେଶ କ୍ରମେ ପ୍ଲାଷ୍ଟିକ ମୁକ୍ତ ଅଭିଯାନ ଆଜି ଶୁଭାରମ୍ଭ କରିଥିଲେ। ମୋ ସ୍ୱାଭିମାନ ସ୍ୱଚ୍ଛ ଗଞ୍ଜାମ କାର୍ଯ୍ୟକ୍ରମ ଅବସରରେ ଜିଲ୍ଲାପାଳ କହିଥିଲେ ଯେ ବେଳାଭୂମିକୁ ସଫା ସୂତରା ରଖିବା, ବାହ୍ୟ ମଳତ୍ୟାଗ ନ କରିବା ଓ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ଆହ୍ୱାନ କରିବା ସହ ଉପସ୍ଥିତ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ। ପ୍ରତ୍ୟେକ ସୋମବାର ସକାଳ ୨ ଘଣ୍ଟା ବେଳାଭୂମି ସଫେଇ କରାଯିବ ସେଥିରେ ସାମିଲ ହେବାପାଇଁ ସମସ୍ତଙ୍କୁ ଅନୁରୋଧ କରିଥିଲେ। ସଭା ପରେ ବେଳାଭୂମି ସଫେଇ କରାଯାଇଥିଲା।

ସଫେଇ ବେଳେ ମୋଟ ୨୧ କେଜି ବର୍ଜ୍ୟବସ୍ତୁ ସଂଗ୍ରହ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଉପଜିଲ୍ଲାପାଳ ଭି .କୀର୍ତ୍ତି ଭାସନ୍, ପ୍ରୋବେସନାରୀ ଆଇଏଏସ୍ ମିସ୍ ମଧୁମିତା, କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରାଣନାଥ ଶେଠ୍ ମଞ୍ଚାସିନ ଥିବା ବେଳେ ଡ. ରାମ ଚନ୍ଦ୍ର ଜେନା ସଭା ପରିଚାଳନା କରିଥିଲେ। ଏଥିରେ ଏନଏସିର ପୂର୍ବତନ ଅଧକ୍ଷ ଏ.ଜାନକୀ ରାମ, ଜି.ମୋହନ, ଗୋପାଳପୁର କଲେଜର ଅଧ୍ୟକ୍ଷ ଡ.ବିପ୍ର ଚରଣ ମହାଙ୍କୁଡ ନେତୃତ୍ୱରେ ବହୁ ଛାତ୍ରଛାତ୍ରୀ ଏବଂ ଅଧ୍ୟାପକ ଅଧ୍ୟାପିକା, ସ୍ଥାନୀୟ ବାସିନ୍ଦା, ବରିଷ୍ଠ ନାଗରିକ, ଏନଏସି କର୍ମଚାରୀ ଉପସ୍ଥିତ ଥିଲେ।

Comments are closed.