ଜମି ପଞ୍ଜିକରଣ ଦାବିରେ ଚାଷୀଙ୍କ ବିକ୍ଷୋଭ

ଗୋପାଳପୁର: କନିଷି ସବ୍ ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟ ସମ୍ମୁଖରେ କନିଷି ତହସିଲ ଅନ୍ତର୍ଗତ ୬୩ଟି ରାଜସ୍ବ ଗ୍ରାମର ଶତାଧିକ ଚାଷୀଙ୍କ ସହିତ ଓକିଲ ଓ ଦଲିଲ ଲେଖକଙ୍କମାନଙ୍କ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଅଭିଯୋଗ ଅନୁଯାୟୀ ଗତ ୧୫ ଦିନ ହେଲା କନିଷି ସବ ରେଜିଷ୍ଟ୍ରାରଙ୍କ ପକ୍ଷରୁ ଅଚାନକ ଭାବେ ଆଂଶିକ ଭାଗ ଜମି ରେଜିଷ୍ଟ୍ରେସନ କରିବା ବନ୍ଦ କରିଦିଆଯାଇଛି। ଯାହା ଦ୍ବାରା ଶତାଧିକ ଚାଷୀ ସେମାନଙ୍କ ଜମିକୁ ବିକ୍ରିବଟା କରିବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯାହା ଫଳରେ ଚାଷୀମାନେ ଝିଅ ବାହାଘର କିମ୍ବା ସନ୍ତାନମାନଙ୍କୁ ଉଚ୍ଚତର ଶିକ୍ଷା କିମ୍ବା ପରିବାର ସଦସ୍ୟଙ୍କ ରୋଗ ବ୍ୟାଧିର ଖର୍ଚ୍ଚ ମେଣ୍ଟାଇବାରେ ଆର୍ଥିକ ସମସ୍ୟାର ସମ୍ମୁଖିନ ହେଉଛିନ୍ତି।

ଚାଷୀଙ୍କ ଅଭିଯୋଗ ଯେ, ଯେତିକି ଟଙ୍କା ଆବଶ୍ୟକ ସେତିକି ପରିମାଣର ଜମି ଆଂଶିକ ଭାବରେ ବିକ୍ରି କରିବାକୁ ଚାହିଁଲେ ତାହା ଗ୍ରହଣ କରିବା ପରିବର୍ତ୍ତେ ସମସ୍ତ ଜମି ବିକ୍ରି କରିବାକୁ ବାଧ୍ୟ କରୁଛନ୍ତି ଯାହାଦ୍ଵାରା ଚାଷୀମାନେ ଅଦରକାରୀ ଅର୍ଥକୁ ଅବାଟରେ ଖର୍ଚ୍ଚ କରି ଭୂମୀହିନ ହୋଇ ସମ୍ପୂର୍ଣ୍ଣ ପରିବାର ବରବାଦ ହେବା ସହିତ ଅନ୍ୟ ରାଜ୍ୟକୁ ଯାଇ ଦାଦନ ଖଟିବାକୁ ବାଧ୍ୟ ହେଉଛନ୍ତି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ଏହାର ବିରୋଧ କରି ଚାଷୀମାନେ ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରେ ଆଗରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରି ଏହାର ଏକକିତା ଦାବିପତ୍ର ମୂଖ୍ୟମନ୍ତ୍ରୀ ଓଡ଼ିଶା, ମୂଖ୍ୟ ଶାସନ ସଚିବ, ରାଜସ୍ବ ସଚିବ, ରାଜସ୍ବ କମିଶନର, ଜିଲାପାଳ ଓ ଉପ ଜିଲ୍ଲାପାଳ ବ୍ରହ୍ମପୁରଙ୍କୁ ଇ-ମେଲ୍ ମାଧ୍ୟମରେ ପ୍ରେରଣ କରି ଏହାର ଆଶୁ ସମାଧାନ ନିମନ୍ତେ ଅନୁରୋଧ କରିଛନ୍ତି। ଏହି ବିକ୍ଷୋଭରେ ଗଞ୍ଜାମ ଜିଲ୍ଲାର ଅଗ୍ରଣୀ କୃଷକ ସଂଗଠନ ନେତା ଶେଷଦେବ ପାତ୍ର, ବିଶ୍ବମ୍ବର ପାତ୍ର, ପ୍ରକାଶ ଜେନା ଓ ମହେଶ୍ୱର ପାତ୍ରଙ୍କ ନେତୃତ୍ବରେ ଶତାଧିକ ଚାଷୀ ଅଂଶଗ୍ରହଣ କରିଥିଲେ।

Comments are closed.