ବିଦାୟକାଳୀନ ସମ୍ବର୍ଦ୍ଧନା

ଗୋପାଳପୁର: ଡୁରା ସ୍ଥିତ ରାମନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗର ମୁଖ୍ୟ ଡ. ଅଳକା ସାହୁଙ୍କୁ ଆଜି ଅବସର କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ବିଧୁ ଭୂଷଣ ନାୟକ ଅଧ୍ୟକ୍ଷତା ରେ ଆୟୋଜିତ କାର୍ଯ୍ୟକ୍ରମରେ ବାଣିଜ୍ୟ ବିଭାଗର ମୁଖ୍ୟ ଡ. ଇଶ୍ୱରି ପ୍ରସାଦ ସାହୁ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ।ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଅବସର ନେଉଥିବା ଡ.ସାହୁଙ୍କ ଶିକ୍ଷାଦାନ, କର୍ତ୍ତବ୍ୟ ନିଷ୍ଠା, ଛାତ୍ର ବତ୍ସଳ ଓ ସମୟାନୁବର୍ତ୍ତିତା ଉପରେ ଗୁଣ ଗାନ କରିଥିଲେ। ଡ଼ ସାହୁ ଶିକ୍ଷକତାର ୩୦ ବର୍ଷର ସ୍ମୃତିକୁ ମନେ ପକାଇଥିଲେ। ଇତିହାସ ବିଭାଗର ମୁଖ୍ୟ ପ୍ରଶାନ୍ତ କୁମାର ପାତ୍ର ମାନପତ୍ର ପଠନ କରିଥିଲେ। ରାସାୟନିକ ବିଜ୍ଞାନ ବିଭାଗର ମୁଖ୍ୟ ସର୍ମୀଳା ପଣ୍ଡା ଉପଢୌକନ ସହ ମାନପତ୍ର ପ୍ରଦାନ କରିଥିଲେ। କୃଷ୍ଣ ଚରଣ ପାଣିଗ୍ରାହୀ ଧନ୍ୟବାଦ୍ ଅର୍ପଣ କରିଥିଲେ।

Comments are closed.