ଶ୍ରଦ୍ଧା ସଂଜୀବନୀ ଅନ୍ତେବାସୀଙ୍କ ମୃତ୍ୟୁ

ଗୋପାଳପୁର: ଗୋପାଳପୁର ସ୍ଥିତ ଶ୍ରଦ୍ଧା ସଞ୍ଜିବନି ଶିଶୁ ଯତ୍ନ ଗୃହର ଅନ୍ତେବାସୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ବ୍ରହ୍ମପୁର ବଡ ମେଡିକାଲରେ ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତ ଅନ୍ତେବାସୀ ଜଣଙ୍କ ଲିଜା ସାହୁ, ବୟସ ( ୧୬) ବୋଲି ପୁଲିସ ସୂଚନା ଦେଇଛି।ମୃତ ଲିଜା ଦେବଗଡ଼ ଜିଲ୍ଲାର କାଡପଡ଼ା ଗ୍ରାମର ହୋଇଥିବା ବେଳେ ଗତ ୨୦୨୦ରୁ ଶିଶୁ ଯତ୍ନ ଗୃହରେ ରହି ଆସୁଥିଲେ। ଗୁରୁବାର ରାତ୍ର ପ୍ରାୟ ସାଢେ଼ ଦୁଇଟା ବେଳେ ଅପସ୍ମାର (ବାତ ମାରିବା) ଯୋଗୁ ଅସୁସ୍ଥ ହୋଇଥିଲେ। ଶିଶୁ ଯତ୍ନ ଗୃହର କର୍ମଚାରୀମାନେ ତାଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ ମେଡିକାଲ ନେଇଥିଲେ। କିନ୍ତୁ ସେଠାରେ ଚିକିତ୍ସିତ ଅବସ୍ଥାରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ।

ଏ ନେଇ ଶ୍ରଦ୍ଧା ସଂଜୀବନୀର ଅଧିକ୍ଷକଙ୍କ ପକ୍ଷରୁ ଆଜି ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ପୁଲିସ ଅଭିଯୋଗ ପରେ ୧୮/୨୧ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ପହଞ୍ଚି ଶବକୁ ଜବତ କରିଛି। ଘଟଣା ନେଇ ମୃତକଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଛି। ପରିବାର ଲୋକେ ଆସିଲେ ତାଙ୍କୁ ଶବ ହସ୍ତାନ୍ତର କରାଯିବ ବୋଲି ଥାନା ଅଧିକାରୀ ମାଧବାନନ୍ଦ ନାୟକ ସୂଚନା ଦେଇଛନ୍ତି।

Comments are closed.