ଲିଆରୀ, ନିଆରୀ ଓ ଚୁଡୁତିଆ ସଂଘ ପକ୍ଷରୁ ଅନୁରୋଧ ପତ୍ର ପ୍ରଦାନ

ଗୋପାଳପୁର: ଆଜି ଅପରାହ୍ନରେ ରାଙ୍ଗେଇଲୁଣ୍ଡା ପଞ୍ଚାୟତକୁ ଗସ୍ତରେ ଆସିଥିବା ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଡଃ.ଗୋପବନ୍ଧୁ ଦାସଙ୍କୁ କରାପଲ୍ଲୀ ମହୁରୀ ତାଲୁକା ଓ କନିସି ହୁରୁଡୁଙ୍ଗ ସଂଘର ସଦସ୍ୟମାନେ ଭେଟି ଆଲୋଚନା କରିଥିଲେ। ଲିଆରୀ, ନିଆରୀ ଓ ଚୁଡୁତିଆ ଜାତିର ପୁରୁଷ ଓ ମହିଳା ମାନେ ଚୁଡ଼ା କୁଟିବା, ଲିଆ, ମୁଢ଼ି, ଚଣା ଭାଜି ଜୀବିକା ନିର୍ବାହ କରି ବହୁ କଷ୍ଟରେ ପରିବାର ଚଳାଉଛନ୍ତି। ତେଣୁ ଏହି ଜାତି ଅତି ଗରିବ, ପୀଡ଼ିତ ଓ ଅବହେଳିତ ଜାତିକୁ ପଛୁଆ ବର୍ଗ ଓବିସି ଓ ଏସସିବିସିରେ ସାମିଲ କରିବା ପାଇଁ ଅନୁରୋଧ ପତ୍ର ପ୍ରଦାନ କରିଛନ୍ତି। ପ୍ରଦାନ ବେଳେ ମହୁରୀ ତାଲୁକା କରାପଲ୍ଲୀର ସଭାପତି ପ୍ରଫୁଲ୍ଲ କୁମାର ବେହେରା, ଉପ ସଭାପତି ଦିଲ୍ଲୀପ କୁମାର ବେହେରା, କେଶବ ବେହେରା, ପ୍ରଭାକର ବେହେରା, କନିସି ହୁରୁଡ଼ୁଙ୍ଗ ସଂଘର ସଭାପତି ଭାଗିରଥି ବେହେରା, ସମ୍ପାଦକ ରାଜେନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.