ମାଟି ଓ ରଙ୍ଗ ତୁଳୀରେ ଛୋଟ ୨ ସେମି ଉଚ୍ଚ ବିଶିଷ୍ଟ ଗଣେଷ ମୂର୍ତ୍ତି ତିଆରି କଲେ ପିଏମଇସି ଛାତ୍ର ବିଜୟ

ଗୋପାଳପୁର: ପବିତ୍ର ଗଣେଷ ଚତୁର୍ଥୀ ଅବସରରେ ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟ ଇମାଜିକ୍ସ ଶାଖା ପକ୍ଷରୁ ଏକ ନିଆଁରା ଗଣେଷ ମୂର୍ତ୍ତି ପ୍ରସ୍ତୁତ ହୋଇଥିବା ଦେଖିବାକୁ ମିଳିଛି।ତେବେ ମୂର୍ତ୍ତିଟି ଅତି ସୂକ୍ଷ୍ମ ଓ ଛୋଟ ହୋଇଥିବା ହେତୁ ଏହାର ସୁନ୍ଦରତା ବେଶ ଝଲସୁଛି ମଧ୍ୟ। କିନ୍ତୁ ଏହାକୁ ତିଆରି କରିଛନ୍ତି ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟର ଇଲେକ୍ଟ୍ରିକାଲ ବିଭାଗର ଦ୍ବିତୀୟ ବର୍ଷ ଛାତ୍ର ତଥା ମହାବିଦ୍ୟାଳୟ ଇମାଜିକ୍ସ କ୍ଲବର ସଦସ୍ୟ କେ ବିଜୟ କୁମାର ରେଡି।ବିଜୟ ଆଜି ମାତ୍ର ଗୋଟିଏ ଘଣ୍ଟା ମଧ୍ୟରେ ମାଟି ଓ ସୁନ୍ଦର ରଙ୍ଗ ବ୍ୟବହାର କରି ସେ ଏହି ନିଆରା ଗଣେଶଙ୍କ ପ୍ରତିମା ତିଆରି କରିଥିବା ଜଣାପଡିଛି। କେବଳ ଗଣେଷ ମୂର୍ତ୍ତି ନୁହେଁ ବରଂ ପ୍ରତ୍ୟେକ ସମୟରେ କିଛି ନା କିଛି କାରୁକାର୍ୟ୍ୟ ମାଧ୍ୟମରେ ସମାଜରେ ସାମାଜିକ ସଚେତନତା ସୃଷ୍ଟି କରିଥାନ୍ତି।ଗତ ରଥଯାତ୍ରା ସମୟରେ ୧୦ ସେଣ୍ଟିମିଟର ବିଶିଷ୍ଟ ଛୋଟିଆ ରଥ ତିଆରି କରି ଚର୍ଚ୍ଚାକୁ ଆସିଥିଲେ।ଏହା ମଧ୍ୟରେ ଏହି କଳାକୃତି ଆନ୍ତର୍ଜାତିୟ ବୁକ ଅଫ ରେକର୍ଡ ଅଂଶ ଗ୍ରହଣ କରିବାକୁ ସୁଯୋଗ ମଧ୍ୟ ମିଳିଛି। ଏବଂ ଆନ୍ତର୍ଜାତୀୟ ବୁକ ଅଫ ରେକର୍ଡ ସଂସ୍ଥା ପକ୍ଷରୁ ବିଜୟଙ୍କ କଳାକୃତି କୁ ପ୍ରଶଂସା କରାଯାଇଥିବା ବେଳେ ସଂସ୍ଥା ପକ୍ଷରୁ ପୁରସ୍କୃତ କରାଯିବ ବୋଲି ସୂଚନା ମିଳିଛି। ବିଜୟଙ୍କ ଘର ଗୋପାଳପୁର ନିର୍ବାଚନ ମଣ୍ଡଳୀ ଡୁରା ପଞ୍ଚାୟତର ଡୁରା ଗ୍ରାମରେ ହୋଇଥିବା ବେଳେ, ବିଜୟ ଛୋଟ ବେଳୁ ଏମିତି ନିଆଁରା କାର୍ୟ୍ୟ କରିଆସୁଥିବା ଜଣାପଡିଛି।

 

ଏବେ ୨୦ ବର୍ଷ ବୟସରେ ପିଏମଇସିରେ ବି ଟେକ ପାଠ ପଢା ସମୟରେ ମହାବିଦ୍ୟାଳୟ ସ୍ତରରେ ବିଦ୍ୟାର୍ଥୀ ମାନଙ୍କୁ ନେଇ ଗଠିତ ହୋଇଥିବା ଇମାଜିକ୍ସକ୍ଲବର ସଦସ୍ୟ ହେବା ସହ କ୍ଲବ ପକ୍ଷରୁ ଅନୁପ୍ରାଣିତ ହୋଇ ଉତ୍ସାହର ସହ ଛୋଟ ଛୋଟ ଜିନିଷ ମାନ ଗଢୁଥିବା ପ୍ରକାଶ କରିଛନ୍ତି ବିଜୟ। ବିଜୟଙ୍କ କଳାକୃତି ନେଇ ମହାବିଦ୍ୟାଳୟ ଅଧ୍ୟକ୍ଷ ପଫେସର ରଞ୍ଜନ କୁମାର ସ୍ୱାଇଁଙ୍କ କହିବାନୁଯାୟୀ ବିଜୟ ପକ୍ଷରୁ କରାଯାଇଥିବା ଏ ଛୋଟ ପ୍ରୟାସ କୁ ମହାବିଦ୍ୟାଳୟରେ ସ୍ଥାନ ଦିଆଯିବ ବୋଲି ପ୍ରକାଶ କରିଛନ୍ତି। ମହାବିଦ୍ୟାଳୟ ଇମାଜିକ୍ସ କ୍ଲବ ସଂଯୋଜକ ଅଧ୍ୟାପକ ସାଗର ମୁର୍ମୁ ଏହାକୁ ଖୁବ ପ୍ରଶଂସା କରିଛନ୍ତି ଓ ପିଲାଙ୍କ ଭିତରେ ଏଭଳି ନିଆଁରା କାର୍ୟ୍ୟକ୍ରମ ଦେଖି ଅନେକଙ୍କୁ ପ୍ରେରଣା ମଧ୍ୟ ଯୋଗାଇବାରେ ସକ୍ଷମ ହୋଇଥାଏ ବୋଲି ମତବ୍ୟକ୍ତ କରିଛନ୍ତି।ଗଣେଷ ମୂର୍ତ୍ତିର ସାଜ ସଜା ଓ ବିଜୟଙ୍କର କଳାକୃତି କୁ ଆଜି ଇମାଜେକ୍ସ କ୍ଲବ ପକ୍ଷରୁ ଅନଲାଇନ ମାଧ୍ୟମରେ ମଧ୍ୟ ବିଦ୍ୟାର୍ଥୀ ଙ୍କ ନିକଟରେ ପହଞ୍ଚିଥିବା ସହ ଏହା ନେଇ ଚାରିଆଡୁ ବିଜୟଙ୍କୁ ପ୍ରଶଂସାର ସୁଅ ଛୁଟିଛି।

Comments are closed.