ବିଦ୍ୟୁତ ବିଭ୍ରାଟ ସଜାଡିବା ଦାବି ନେଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ଗୋପାଳପୁର: ଭାରତୀୟ ଜନତା ପାର୍ଟି ଗୋପାଳପୁର ନିର୍ବାଚନମଣ୍ଡଳୀ ତରଫରୁ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନାଙ୍କ ନେତୃତ୍ୱରେ ରଙ୍ଗେଇଲୁଣ୍ଡା ବ୍ଲକର ବିଭିନ୍ନ ଗ୍ରାମାଞ୍ଚଳରେ ବାରମ୍ବାର ଅଘୋଷିତ ବିଦ୍ୟୁତ୍ କାଟ ଓ ବେଆଇନ ଓ ବିନା ବିଚାରରେ ଅହେତୁକ ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ପ୍ରତିବାଦରେ ଜନ ସାଧାରଣ ସ୍ବାର୍ଥ ଉଦ୍ଦେଶ୍ୟରେ ୬ ଗୋଟି ପ୍ରମୁଖ ଦାବୀନେଇ ଏକ ବିରାଟ ଶୋଭାଯାତ୍ରା କନିଶି ଜଗନ୍ନାଥ ମନ୍ଦିର ସାମ୍ନାରୁ ବାହାରି ସ୍ଥାନୀୟ ଉପଖଣ୍ଡ ଅଧିକାରୀ (ଶକ୍ତି ବିଭାଗ)ଙ୍କ କନିଶିଙ୍କ ଜରିଆରେ ଓଡ଼ିଶାର ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା।

ଏହି ପରିପ୍ରେକ୍ଷୀରେ ୫୩. ନଂ ଜୋନ୍ ଜିଲ୍ଲା ପରିଷଦ ବିନୋଦ ଚନ୍ଦ୍ର ମିଶ୍ର, ଜିଲ୍ଲା ସାଧାରଣ ସମ୍ପାଦକ ଗଙ୍ଗାଧର ଶତପଥି, ଗୋଳନ୍ଥରା ମଣ୍ଡଳ ସଭାପତି ସନତ୍ କୁମାର୍ ନାୟକ, ପୂର୍ବତନ ବ୍ଲକ୍ ସଭାପତି ରଜତ ପଣ୍ଡିତ, ରାଜ୍ୟ କିଶାନ୍ ମୋର୍ଚ୍ଚା ସଂପାଦକ ରାଜେଶ୍ କୁମାର ସାହୁ, ତୁଳୁ ମଣ୍ଡଳ ସଭାପତି ବ୍ରଜମୋହନ ନାହକ, ଶୁଶାନ୍ତ କୁମାର ନାୟକ, ସମାଜ ସେବୀ ସୁନିଲ୍ କୁମାର୍ ପାତ୍ର, ଅଟଳ ଯୁବ ବାହିନୀ ସଂଯୋଜକ ଜଗମୋହନ ପାତ୍ର, ଯୁବ ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୁବାଶିଷ ସାହୁ, ଗୋପୀନାଥ ମହାରଣା ପ୍ରମୁଖ ଉପସ୍ଥିତ ରହି ରାଜ୍ୟ ସରକାରଙ୍କ ବିରୋଧରେ ବିଭିନ୍ନ ପ୍ରକାରର ନାରାବାଜି ପ୍ରଦର୍ଶନ କରିବା ସହ ବିକ୍ଷୋଭ କରିଥିଲେ।

Comments are closed.