ଗୁରୁ ଛାତ୍ର କଲ୍ୟାଣ ପାଣ୍ଠିରୁ ମୃତ ଶିକ୍ଷୟିତ୍ରୀଙ୍କ ପରିବାରକୁ ଆର୍ଥିକ ସହାୟତା

ଗୋପାଳପୁର: ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ଗୋଳାବନ୍ଧ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷୟତ୍ରି ଭାବେ କାର୍ଯ୍ୟ କରୁଥିବା ନିରୁପମା ପାତ୍ର ଗତ ଶୁକ୍ରବାର ଦିନ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ବରଣ କରିଥିଲେ। ଏହି କ୍ରମରେ ଶନିବାର ସକାଳେ ବ୍ଲକର ଶିକ୍ଷକମାନେ ଶୋକସନ୍ତପ୍ତ ପରିବାରକୁ ଗଭୀର ସମବେଦନା ଜଣାଇବା ସଙ୍ଗେ ସଙ୍ଗେ ତାଙ୍କ ନିଜ ଘର ବଡ ଗୁମୁଳା ସ୍ଥିତ ବାସଭବନକୁ ଯାଇ ତାଙ୍କ ମର ଶରୀରକୁ ଶେଷ ଦର୍ଶନ କରି ଗୁରୁଛାତ୍ର କଲ୍ୟାଣ ପାଣ୍ଠିରୁ ତାଙ୍କ ପରିବାରକୁ ୧୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଥିଲେ।

ଏଥିରେ ଗୋଳାବନ୍ଧ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସମସ୍ତ ଶିକ୍ଷୟତ୍ରୀ, ବଡଗୁମୂଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସମସ୍ତ ଶିକ୍ଷକଙ୍କ ସହ ଶତ୍ରୁଘ୍ନ ସେଠୀ, ରମା କାନ୍ତ ସେଠୀ, ସାତ କୁଟୁଣି ସିଆରସିସି ନୟନା ପଟ୍ଟନାୟକ, ଫୁଲଟା କ୍ଳଷ୍ଟରର ବହୁ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ। ଫୁଲଟା କ୍ଲଷ୍ଟରର ସିଆରସିସି ଗୌରାଙ୍ଗ ବେହେରା ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ତଦାରଖ କରିଥିଲେ।

Comments are closed.