ପ୍ରଶାସନ ଓ ସ୍ବେଛାସେବୀଙ୍କ ସହାୟତାରେ ହେଲା ଶବ ସତ୍କାର

ଗୋପାଳପୁର: ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ଗୋଳାବନ୍ଧ ଗ୍ରାମରେ ଏସ ଧର୍ମରାଜୁ(୪୫)ଙ୍କ ମୃତ୍ୟୁ ହେବା ପରେ ଆଜି ପ୍ରଶାସନ ଓ ସ୍ଥାନୀୟ ସ୍ବେଛାସେବୀ ସହାୟତାରେ ଶବ ସତ୍କାର କରାଯାଇଛି। ସୂଚନା ଯେ ଗୋଳାବନ୍ଧ ଗ୍ରାମର ଏସ. ଧର୍ମ ରାଜୁ ସେ ପ୍ରାୟ ୧୦ ଦିନ ହେଲା ଜ୍ବରରେ ପୀଡିତ ହୋଇ ଘରେ ରହି ଚିକିତ୍ସିତ ହେଉଥିଲେ। କିନ୍ତୁ ଆଜି ସକାଳ ପ୍ରାୟ ସାଢେ଼ ନଅଟା ବେଳେ ହଠାତ୍ ମୃତ୍ୟୁ ହୋଇଥିଲା। ପରିବାର ଲୋକେ ଘଟଣା ନେଇ ସ୍ଥାନୀୟ ସରପଂଚ ମାଧବ ରାଓଙ୍କୁ ଜଣାଇଥିଲେ। ଖବର ଜାଣିବାପରେ ସରପଞ୍ଚ ଘଟଣା ସ୍ଥଳରେ ପହଞ୍ଚି ମୃତ ଧର୍ମରାଜୁଙ୍କ ଶବ ସତ୍କାର କରିବାକୁ ପରିବାର ବର୍ଗଙ୍କୁ କହିଥିଲେ। କିନ୍ତୁ ଶବ ସତ୍କାର ପାଇଁ ପରିବାର ପକ୍ଷରୁ ଓ ସ୍ଥାନୀୟ ଲୋକେ କରୋନା ଭୟରେ ନ ଆସିନଥିଲେ।

 

ଫଳରେ ସରପଞ୍ଚ ଏହା ନେଇ ରଙ୍ଗେଇଲୁଣ୍ଡା ବିଡିଓ ପ୍ରସନ୍ନ କୁମାର ପାତ୍ର ଓ କନିସି ତହସିଲଦାର ତାପସ ରାଉତ ଙ୍କ ସହ ଯୋଗା ଯୋଗ କରି ଜଣାଇଥିଲେ। ତହସିଲାଦର୍ ଓ ବିଡିଓଙ୍କ ନିର୍ଦେଶ କ୍ରମେ ବ୍ଲକ ତରଫରୁ କେତେକ ସ୍ବେଚ୍ଛାସେବୀଙ୍କୁ ପିପିଇ କିଟ ଦେଇ ଶବ ସତ୍କାର ପାଇଁ କହିଥିଲେ। ସରପଞ୍ଚ, ପିଇଓ ସୁଶାନ୍ତ କୁମାର ପଟନାୟକ, ଜିଆରଏସ ଏ. ଶ୍ୟାମ ଘନ କାର୍ୟ୍ୟ ନିର୍ବାହୀ ଅଧିକାରୀ କମଳକାନ୍ତ ପଣ୍ଡା ପିପିଇ କିଟ ପରିଧାନ କରି ଶବ ସତ୍କାର କରିଥିଲେ। ଅପରାହ୍ନରେ ବିଡ଼ିଓ ଏବଂ ତହସିଲଦାର ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ସିଏମ୍ଆର୍ ପାଣ୍ଠି ରୁ ୧୦ ହଜାର ଟଙ୍କା, ରାସନ୍ ପକେଟ୍ ପ୍ରଦାନ କରିଛନ୍ତି। ତାହା ସହ ମଧୁବାବୁ ପେନସନରେ ସାମିଲ କରାଯିବ ବୋଲି ବିଡ଼ିଓ କହିଛନ୍ତି। ଆଜି ଗୋଳାବନ୍ଧ ଗ୍ରାମରେ ୧୦୪ ଜଣଙ୍କ କରୋନା ଟେଷ୍ଟିଂ କରାଯାଇଥିବା ପିଇଓ ସୁଶାନ୍ତ କୁମାର ପଟନାୟକ କହିଛନ୍ତି।ମୃତ୍ୟୁଙ୍କ ଧର୍ମରାଜୁଙ୍କ ସ୍ତ୍ରୀ ଓ ୨ ଟି ଝିଅ (୭ ବର୍ଷ ଓ ୪ବର୍ଷ)ର ରହିଥିବା ବେଳେ ସେମାନେ ସୁସ୍ଥ ଥିବା ଜଣାପଡିଛି।

Comments are closed.