ଶ୍ରଦ୍ଧା ସଞ୍ଜୀବନୀ ଶିଶୁ ଯତ୍ନ ଗୃହ ପକ୍ଷରୁ ପାଣ୍ଡିଆନଙ୍କ ଜନ୍ମଦିନ ପାଳିତ

ଗୋପାଳପୁର: ଗୋପାଳପୁର ଠାରେ ଥିବା ଶ୍ରଦ୍ଧା ସଞ୍ଜୀବନୀ ଶିଶୁ ଯତ୍ନ ଗୃହ ପରିସରରେ ଅନ୍ତେବାସୀଙ୍କ ପକ୍ଷରୁ ଶିଶୁ ଯତ୍ନ ଗୃହ ପ୍ରତିଷ୍ଠାତା ସଦସ୍ୟତଥା ୫ ଟି ସଚିବ ଭି କେ ପାଣ୍ଡିଆନଙ୍କ ଜନ୍ମଦିନ ଉତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ଅନ୍ତେବାସୀ ମାନେ ଖୁସି ମନରେ ଶ୍ରୀ ପାଣ୍ଡିଆନଙ୍କ ଦୀର୍ଘାୟୁ କାମନା କରି ପୂଜା କରିବା ସହ କେକ କାଟି ଖୁସି ମନାଇ ଥିଲେ। ଏହି ଅବସରରେ ଅନ୍ୟତମ ପ୍ରତିଷ୍ଠାତା ସଦସ୍ୟ ଲୋକନାଥ ମିଶ୍ରଙ୍କ ସମେତ ଶିଶୁ ଯତ୍ନ ଗୃହର କେୟାର ଟେକର ସହ ଅନ୍ୟାନ୍ୟ କର୍ମଚାରୀମାନେ ସାମିଲ ରହିଥିଲେ। ଏଥି ସହ ଅନ୍ତେବାସୀମାନେ ଜନ୍ମଦିନ ପାଳନ ସ୍ମୃତିରେ ଗୃହ କ୍ୟାମ୍ପସ ପରିସରରେ ବୃକ୍ଷରୋପଣ ମଧ୍ୟ କରିଥିଲେ।

୨୦୦୭ ମସିହାରେ ଗୋପାଳପୁରରେ ଏଡସ ଆକ୍ରାନ୍ତ ତଥା ବାପା ଛେଉଣ୍ଡ ପିଲାଙ୍କୁ ଥଇଥାନ କରିବା ସହ ସେମାନଙ୍କୁ ସ୍ବାବଲମ୍ବୀ କରିବା ଏବଂ ଶିକ୍ଷିତ କରିବା ଉଦ୍ଦେଶ୍ୟରେ ଗୋପାଳପୁରରେ ଏହି ଶିଶୁ ଯତ୍ନ ଗୃହର ଆରମ୍ଭ କରାଯିବା ନିଜେ ଭି କେ ପାଣ୍ଡିଆନ ଏହାର ମୂଳଦୂଆ ପକାଇଥିଲେ। ସେ ଗଞ୍ଜାମ ଜିଲ୍ଲାରେ ଜିଲ୍ଲାପାଳ ଭାବେ ଅବସ୍ଥାପିତ ଥିବା ବେଳେ ଏହାର ଉନ୍ନତିକରଣ ନିମନ୍ତେ ବହୁବିଧ ଉଦ୍ୟମ କରିବା ସହ ତାଙ୍କର ପ୍ରଚେଷ୍ଟାରେ ଶିଶୁ ଯତ୍ନ ଗୃହର ନିଜସ୍ଵ କୋଠା ରହିବା ସହ ଏଠାରେ ୧୦୦ ଜଣ ଅନ୍ତେବାସୀଙ୍କ ରହିବାର ବ୍ୟବସ୍ଥା କରାଯାଇଛି।

Comments are closed.