ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ +୩ ଫାଇନାଲ ସେମିଷ୍ଟାର ରେଗୁଲାର ଏବଂ ବେକ୍ ପରୀକ୍ଷା ଫଳ ପ୍ରକାଶିତ

ଗୋପାଳପୁର: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପକ୍ଷରୁ +୩ ବିଜ୍ଞାନ, କଳା ଓ ବାଣିଜ୍ୟ ବିଭାଗର ଫାଇନାଲ ସେମିଷ୍ଟାର ରେଗୁଲାର ଓ ବେକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି । ପ୍ରକାଶିତ ୨୦୧୯- ୨୨ ବେଚ୍ ପରୀକ୍ଷା ଫଳ ଅନୁଯାୟୀ  କଳାରେ ୧୩.୫୫୮ ପରୀକ୍ଷାର୍ଥୀ ରେଜିଷ୍ଟେଶନ୍ କରିଥିଲେ । ସେଥିରୁ ୧୩.୨୭୪ ପରୀକ୍ଷା ଦେଇଥିଲେ । ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୨.୪୩୪ ପାସ୍ ହୋଇଛନ୍ତି । ଯାହା ପାସହାର ୯୩.୬୭% ରହିଛି  । ବାଣିଜ୍ୟରେ ୯୬୨ ରେଜିଷ୍ଟ୍ରେସନ୍ କରିଥିଲେ । ୯୪୩ ପରୀକ୍ଷା ଦେଇଥିଲେ । ହେଲେ ୭୫୬ ପାସ୍ କରିଛନ୍ତି । ପାସହାର ୮୦.୧୭%  ରହିଛି । ସେହିପରି ବିଜ୍ଞାନରେ ୫୩୩୮ ରେଜିଷ୍ଟ୍ରେସନ୍ କରିଥିବା ବେଳେ ୫୨୭୮ ପରୀକ୍ଷା ଦେଇଥିଲେ ।

ସେମାନଙ୍କ ମଧ୍ୟରୁ ୪୭୨୪ ପାସ୍ କରିଛନ୍ତି । ପାସହାର ୮୯.୫୦% ରହିଛି । ୨ ଜଣଙ୍କ ୱିଥାଲ୍ଟ ଥିବା ବେଳେ ୬ ଜଣଙ୍କ ମାଲ୍ ପ୍ରଟିକ୍ସ । ୧ ଜଣଙ୍କ ଅନ୍ୟ କାରଣରୁ ପରୀକ୍ଷା ଫଳ ପ୍ରକାଶ ପାଇନଥିବା ଜଣାପଡିଛି । ଏହି ପରୀକ୍ଷା ଚଳିତ ଜୁଲାଇ ମାସରେ ଶେଷ ହୋଇଥିଲା ।  ଆଜି ପରୀକ୍ଷା ଫଳ ପୁସ୍ତିକାକୁ କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାଶ, କୁଳସଚିବ ରାଜେନ୍ଦ୍ର କୁମାର ରଞ୍ଜିତ , ପରୀକ୍ଷା ନିୟନ୍ତ୍ରକ ଡ. ସୁରେନ୍ଦ୍ର ସେଠୀ, ଉପ ପରୀକ୍ଷା ନିୟନ୍ତ୍ରକ ଡ.ସତ୍ୟ ବ୍ରତ ପାତ୍ର, ସେକ୍ସନ ଅଫିସର ଅଜିତ କୁମାର ବେହେରା, ଉପ କୂଳସଚିବ ଡଃ ବାବୁଜୀ ସାମଲ, ସହ କୂଳ ସଚିବ ଡଃ ସରୋଜ କୁମାର ଦାଶ, ସିନିଅର ଆସିଷ୍ଟାଣ୍ଟ ଅରବିନ୍ଦ ନାୟକ, ମହେଶ ରଞ୍ଜନ ମିଶ୍ର ଜୁନିଅର୍  ଆସିଷ୍ଟାଣ୍ଟ ପ୍ରସନ୍ନଜିତ୍ ବେହେରା, କୁଳପତିଙ୍କ ପିଏ ମାର୍କଣ୍ଡ କାର୍ଜି ପ୍ରମୁଖ ଉପସ୍ଥିତ ଥିଲେ ।

ଆଜି ପରୀକ୍ଷାର୍ଥୀ ମନେ ବିଶ୍ବ ବିଦ୍ୟାଳୟ ୱେବ୍ ସାଇଟ୍ www.buodisha.edu.in  ମାଧ୍ୟମରେ ପରୀକ୍ଷା ଫଳ ଏବଂ ସାର୍ଟିଫିକେଟ ଡାଉନଲୋଡ କରିପାରିବେ ବୋଲି ପରୀକ୍ଷା ନିୟନ୍ତ୍ରକ ଡ. ସେଠୀ କହିଛନ୍ତି । ବ୍ରହ୍ମପୁର ସରସ୍ଵତୀ ବିଦ୍ୟା ମନ୍ଦିରର ପଦାର୍ଥ ବିଜ୍ଞାନ ବିଭାଗର ମାନସୀ ପରିଛା ୧୩୬୫ ମାର୍କ ରଖି  ବେଷ୍ଟ ଗ୍ରାଜୁଏଟ୍ ହୋଇଛନ୍ତି । ଏହି ଅବସରରେ କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାଶ ବିଭାଗର ସମସ୍ତଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି ।

Comments are closed.