ପ୍ଲାଷ୍ଟିକ ମୁକ୍ତ ଭଞ୍ଜବିହାର ପାଇଁ ଅଣ୍ଟା ଭିଡିଲେ ବିଦ୍ୟାର୍ଥୀ

ଗୋପାଳପୁର : ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କ୍ୟାମ୍ପସକୁ ପ୍ଲାଷ୍ଟିକ ମୁକ୍ତ କ୍ୟାମ୍ପସ ଭାବେ ପରିଗଣିତ କରିବା ପାଇଁ ବିଶ୍ଵବିଦ୍ୟାଳୟରେ ଅଧ୍ୟୟନରତ କେତେକ ବିଦ୍ୟାର୍ଥୀ ଅଣ୍ଟା ଭିଡିବା ସହ ଆଜି କ୍ୟାମ୍ପସ ପରିସରରେ ପଡିରହିଥିବା ପ୍ଲାଷ୍ଟିକ ସଂଗ୍ରହ କରିବା ସହ ଲୋକଙ୍କୁ ଏହା ନେଇ ସଚେତନତା ସୃଷ୍ଟି କରିଥିଲେ।
ସୁଶାନ୍ତ ଜେନା ,ବବୁଲ ମଲ୍ଲିକ ଏବଂ ଅନ୍ୟ ସ୍ୱେଚ୍ଛାସେବୀ ମାନେ ଅଂଶ ଗ୍ରହଣ କରିଥିଲେ ଯଥା- ଚିରଞ୍ଜିବି , ଅଭିନ, ସାଗର, ଅଲେଖ, ସୋନାଲି, ବୈଷ୍ଣବୀ, ସତ୍ୟଙ୍କ ଏକ‌ଟିମ ଆଜି ଏୟାର ଷ୍ଟ୍ରିପ ଠାରୁ ଆରମ୍ଭ କରି ବିଶ୍ଵବିଦ୍ୟାଳୟ ପରିସରକୁ ସଫା କରିଛନ୍ତି। ସେମାନେ ପାଖା ପାଖି ୭୦ କେ.ଜି ପ୍ଲାଷ୍ଟିକ ସଂଗ୍ରହ କରି ଡଷ୍ଟବିନରେ ପକାଇଥିଲେ। କ୍ୟାମ୍ପସ ପରିସର ମଧ୍ୟରେ  ଥିବା  ଆନନ୍ଦ ବଜାରର ଦୋକ।ନୀ ଏବଂ ଗ୍ରାହକ ମାନଙ୍କୁ ପ୍ଲାଷ୍ଟିକର କୁପ୍ରଭାବ ଏବଂ ଶରୀର ପ୍ରତି କ୍ଷତିକାରକ ବିଷୟରେ ସଚେତନତା କରାଇଥିଲେ ଓ ସମସ୍ତେ ଦଷ୍ଟବିନ୍ ବ୍ୟବହାର କରିବା ପାଇଁ ପରାମର୍ଶ ଦେଇଥିଲେ।

Comments are closed.