ଝଡ଼ାଙ୍କୁଲିରେ ଭୟାବହ ଅଗ୍ନିକାଣ୍ଡ, ୪ ବଖରା ଘର ଭସ୍ମୀଭୂତ

ଗୋପାଳପୁର: ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ସାତକୁଟୁଣୀ ପଞ୍ଚାୟତର ଝାଡ଼ାଙ୍କୁଲି ଗ୍ରାମରେ ଶୁକ୍ରବାର ମଧ୍ୟରାତ୍ରରେ ଅଗ୍ନିକାଣ୍ଡ ଘଟି ୪ ଜଣଙ୍କ ଘର ପୋଡ଼ି ଯାଇଥିବା ଜଣାପଡ଼ିଛି। ଅଗ୍ନିକାଣ୍ଡରେ ଦୁର୍ଯ୍ୟୋଧନ ସାହୁ, କାମା ସାହୁ, ଅଭିମନ୍ୟୁ ମହାରଣା ଓ ବମ୍ବେଇ ସାହୁ ଙ୍କ ଘର ପୋଡି ଯାଇଥିଲା। ସାତକୁଟୁଣୀ ପଞ୍ଚାୟତର ଝାଡ଼ାଙ୍କୁଲି ଗ୍ରାମ ଦକ୍ଷିଣ ସାହିର ଦୁର୍ଯ୍ୟୋଧନ, କାମା, ଅଭିମନ୍ୟୁ ଓ ବମ୍ବେଇଙ୍କ ପରିବାର ସଦସ୍ୟ ରାତ୍ରି ଭୋଜନ ସାରି ଘରେ ଶୋଇ ଯାଇଥିଲେ। କୌଣସି କାରଣବଶତଃ ମଧ୍ୟରାତ୍ରରେ ହଠାତ୍ ଅଗ୍ନିକାଣ୍ଡ ଘଟି ୪ପରିବାରର ଘରେ ନିଆଁ ବ୍ୟାପିଯାଇଥିଲା। ନିଆଁ ଲାଗି ଥିବା ଦେଖି ସମସ୍ତ ପରିବାର ସଦସ୍ୟ ବାହାରକୁ ଚାଲି ଯାଇଥିଲେ। ଅଗ୍ନିକାଣ୍ଡ ଏତେ ଭୟାବହ ଥିଲା ଯେ ଏଥିରେ ତିନୋଟି ମୋଟରସାଇକେଲ ଜଳିଯିବା ସହ ଗ୍ୟାସ ହାଣ୍ଡି ଫାଟି ପ୍ରଚଣ୍ଡ ଶବ୍ଦ ହୋଇଥିଲା। ସ୍ଥାନୀୟ ଲୋକ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇନଥିଲେ। ଘଟଣା ନେଇ ବ୍ରହ୍ମପୁର ଅଗ୍ନିଶମ ବିଭାଗ କୁ ଅବଗତ କରିବା ପରେ ଅଗ୍ନିଶମ ବିଭାଗର ଦୁଇଟି ଗାଡ଼ି ଗାଁରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଶନିବାର ଅପରାହ୍ନରେ ରଙ୍ଗେଇଲୁଣ୍ଡା ବ୍ଲକ ଅଧ୍ୟକ୍ଷା ସିଏଚ୍ ଉଷାରାଣୀ, ଉପାଧ୍ୟକ୍ଷ ଅଜିତ କୁମାର ଦାଶ, ୫୪ନଂ ଜିଲା ପରିଷଦ ସଭ୍ୟା ମଞ୍ଜୁଶ୍ରୀ ଦଳାଇ, ପୂର୍ବତନ ଜିଲା ପରିଷଦ ସଭ୍ୟ ସିଏଚ୍ ଦିଲେଶ୍ୱର ରେଡ଼ି, ପୂର୍ବତନ ସରପଞ୍ଚ ପ୍ରକାଶ ଚନ୍ଦ୍ର ସାମନ୍ତ, ଦଣ୍ଡପାଣି ସାହୁ, ପ୍ରତାପ ଚନ୍ଦ୍ର କୋଠିଆ ଓ ବିଭୁତି ଭୂଷଣ ଲେଙ୍କା ପ୍ରମୁଖ ଗାଁ ରେ ପହଞ୍ଚି କ୍ଷତିଗ୍ରସ୍ତ ପରିବାର ସହ ମିଶି ଅଆଶ୍ୱସନା ଜଣାଇବା ସହ ୮ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରିଥିଲେ। ରାଜସ୍ବ ବିଭାଗ ପକ୍ଷରୁ ଘଟଣାର ତଦନ୍ତ କରି ଫେରିଥିବା ଜଣାପଡ଼ିଛି।

Comments are closed.