ପିଏମ୍ଇସିରେ ୧୪ ତମ ଭିତ୍ତିପ୍ରସ୍ତର ଦିବସ ଓ ପାରଳା ମହାରାଜାଙ୍କ ଜନ୍ମ ଜୟନ୍ତୀ ପାଳିତ

ଗୋପାଳପୁର: ଶୀତଳାପଲ୍ଲୀ ସ୍ଥିତ ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟରେ ପକ୍ଷରୁ ୧୪ ତମ ଭିତ୍ତିପ୍ରସ୍ତର ଦିବସ ଓ ପାରଳା ମହାରାଜଙ୍କ ଜନ୍ମଜୟନ୍ତୀ ଉତ୍ସବ ପାଳିତ ହୋଇଥିଲା। ଏହି ଅବସରରେ ମହାବିଦ୍ୟାଳୟ ଏନଏସ୍ଏସ୍ ଶାଖା ପକ୍ଷରୁ ଛାତ୍ର ପ୍ରତିନିଧି ରାହୁଲ କୁମାରଙ୍କ ନେତୃତ୍ୱରେ କ୍ୟାମ୍ପସ ପରିସରରେ ସ୍ବଛତା ସଚେତନତା ଅଭିଯାନ କରାଯାଇଥିଲା। ମହାବିଦ୍ୟାଳୟର ଅଧକ୍ଷ ପ୍ରଫେସର ରଞ୍ଜନ କୁମାର ସ୍ୱାଇଁ ମହାବିଦ୍ୟାଳୟରେ ପରିସରରେ ଥିବା ମହାରାଜାଙ୍କ ପ୍ରତିମୂର୍ତ୍ତିରେ ମଲ୍ୟାର୍ପଣ କରି ମହାରାଜାଙ୍କ ସ୍ମୃତି ଉଦ୍ଧେଶ୍ୟରେ ଛାତ୍ରଛାତ୍ରୀଙ୍କୁ ବକ୍ତବ୍ୟ ପ୍ରଦାନ କରିଥିଲେ।

କ୍ଲବ ଇମାଜିକ୍ସ ପକ୍ଷରୁ ଚିତ୍ରାଙ୍କନ ପ୍ରତିଯୋଗିତା,ରାଇଟେରିଆ ପକ୍ଷରୁ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅପରାହ୍ନରେ ଛାତ୍ରଛାତ୍ରୀ ଓ ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକାମାନଙ୍କୁ ନେଇ ଏକ ସଭାର ଆୟୋଜନ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପଦାର୍ଥ ବିଜ୍ଞାନର ପ୍ରଫେସର ଗୌରୀଶଙ୍କର ତ୍ରିପାଠୀ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରିଥିଲେ। ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅନ୍ୟୁସ ପଣ୍ଡା, ଅଭିପ୍ସା, ତନୟା କର, ପ୍ରଜେସ ପ୍ରମୁଖ ସଭା ପରିଚାଳନା କରିଥିଲେ। ମହାବିଦ୍ୟାଳୟର ଅନନ୍ୟ ଅଧ୍ୟାପକ ପ୍ରଫେସର ଚିତ୍ତରଞ୍ଜନ ମହାନ୍ତିଙ୍କ ସମେତ ଡ଼ ତ୍ରିଲୋଚନ ରାଉତ, ଡ଼ ସୁଦର୍ଶନ ସାହୁ, ଡ଼ ଜ୍ଞାନ ରଞ୍ଜନ ମହାନ୍ତି, ପ୍ରଫେସର ଶରତ କୁମାର ସାହୁ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଯୋଗାଇଥିଲେ।

Comments are closed.