ଟ୍ରକ ଧକ୍କାରେ ବାଇକ ଆରୋହୀ ମୃତ

ଗୋପାଳପୁର: ଡେଥ ଜୋନ ଭାବରେ ପରିଚିତ ୧୬ ନଂ ଜାତୀୟ ରାଜପଥ ରେ ପୁଣି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ଜଣେ ମୋଟରସାଇକେଲ ଆରୋହୀ ମୃତ୍ୟୁବରଣ କରିଥିବା ଜଣାପଡିଛି। ଗୋଳନ୍ଥରା ଥାନା ଅନ୍ତର୍ଗତ ଗୋଳନ୍ଥରା ଚଟି ଛକରେ ଏକ ମୋଟରସାଇକେଲ ଜାତୀୟ ରାଜପଥ ପାର ହେଉଥିବା ବେଳେ ଟ୍ରକ ଧକ୍କା ଦେବା ଫଳରେ ଚାଳକ ଜଣଙ୍କ ଗୁରୁତର ଆହତ ହୋଇଥିଲେ, ଚିକିତ୍ସିତ ନିମନ୍ତେ ବ୍ରହ୍ମପୁର ବଡ ମେଡିକାଲ ନିଆଯାଇଥିଲେ ସୁଦ୍ଧା ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।

ସୂଚନା ଅନୁଯାୟୀ ଦିନ ଗୋଟାଏ ବେଳେ ଆନ୍ଧ୍ର ପଟୁ ଏକ ମାଛ ବୋଝେଇ କଣ୍ଟେନର ନଂ ଏପି ୧୬ ଟିପି.୨୩୨୭ କଲିକତା ଅଭିମୁଖେ ଦ୍ରୁତ ଗତିରେ ଯାଉଥିବା ବେଳେ ଏକ ବାଇକ ଚଟି ଛକ ଜାତୀୟ ରାଜପଥ ୧୬ରେ ଅଣ ଓସାରିଆ ରାସ୍ତାରେ ପାର ହେଉଥିବା ବେଳେ ତାଙ୍କୁ ଧକ୍କା ଦେଇଥିଲା, ଫଳରେ ତାଙ୍କ ବାମଗୋଡ଼ ଓ ମୁଣ୍ଡକୁ ଗଭୀର ଆଘାତ ଲାଗିଥିଲା, ଯାହା ଫଳରେ ସେ ଗୁରୁତର ଭାବେ ଆହତ ହୋଇଥିଲେ।

ଖବର ପାଇ ଗୋଳନ୍ଥରା ପୋଲିସ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ନିଜ ଗାଡ଼ିରେ ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲା, କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଜଣଙ୍କ ଗୋପାଳପୁର ଥାନା ଅନ୍ତର୍ଗତ କମଳାପୁର ପଞ୍ଚାୟତ ପୁଟିପଦର ଗ୍ରାମର ହରି ପ୍ରଧାନ ବୋଲି ଜଣା ପଡିଛି।ସେ କୌଣସି କାମରେ ମନ୍ତ୍ରିଡି କୁ ଆସି ଫେରୁଥିଲେ। କଣ୍ଟେନରଟି ଧକ୍କା ଦେଇ ସେଠାରୁ ଚାଲିଯିବାକୁ ଚେଷ୍ଟା କଲା ବେଳକୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଗାଡିଟିକୁ ଅଟକାଇ ଥିଲେ। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ବାଇକ ଓ ଟ୍ରକକୁ ଜବତ କରି ଡ଼୍ରାଇଭର ହେଲ୍ପରକୁ ଅଟକ ରଖି ପଚରାଉଚରା ସହ ତଦନ୍ତ କରୁଥିବା ପୋଲିସ ସୂଚନା ଦେଇଛି। ଏହି ଅଣ ଓସାରିଆ ରାସ୍ତା ରେ ଅନେକ ଲୋକ ଦୁର୍ଘଟଣାରେ ମୃତ୍ୟୁ ମୁଖରେ ସମ୍ମୁଖୀନ ହୋଇଥିବା ନଜରକୁ ଆସିଛି। ଏହା ପ୍ରତି ଜାତୀୟ ରାଜପଥ କତୃପକ୍ଷ ସ୍ଵତନ୍ତ୍ର ଦୃଷ୍ଟି ଆକର୍ଷଣ କରିବା ପାଇଁ ସ୍ଥାନୀୟ ଲୋକଙ୍କ ଅଭିଯୋଗ କରିଛନ୍ତି। ଏଠାରେ ବହୁଦିନ ଧରି ଓଭର ବ୍ରିଜ ନିର୍ମାଣ କରିବାକୁ ଦାବୀ କରୁଥିଲେ ମଧ୍ୟ କୌଣସି ସୁଫଳ ପାଇନଥିବା ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ କରିଛନ୍ତି। ରାସ୍ତା ଅତିକ୍ରମ କରିବା ପାଇଁ କୌଣସି ବ୍ୟବସ୍ଥା କରାଯାଇ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ସାଧାରଣ ଲୋକଙ୍କ ଅଭିଯୋଗ କରିଛନ୍ତି।

Comments are closed.