ବେଆଇନ ମଦ ଚାଲାଣ ; ଆସାମୀ ଗିରଫ

ଗୋପାଳପୁର : ଗୋଳନ୍ଥରା ଥାନାର ମୋଷ୍ଟ ଓ୍ବାଣ୍ଟେଡ ରହିଥିବା ବିଭିନ୍ନ ମାମଲାରେ ସମ୍ପୃକ୍ତ ରହି ଫେରାର ଥିବା ଆସାମୀ ଜଣଙ୍କ ବେଆଇନ ମଦ ଚାଲାଣ ବେଳେ ପୁଲିସ କବଜାରେ ପଡି ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।
ପୁଲିସର ସୂଚନା ମୁତାବକ ଶିହଳା ରୋଡ଼ ଦେଇ ବେଆଇନ ଭାବେ ଦେଶୀ ମଦ ଚୋରା ଚାଲାଣ କରୁଥିବା ଅଭିଯୋଗ ମିଳିବା ପରେ ପୁଲିସ ପକ୍ଷରୁ ଏକ ଟିମ ସିହଳା ରୋଡରେ ଛପି ରହିଥିଲେ।ଏହି ସମୟରେ ଜଣେ ଯୁବକ ୮୦ ଲିଟର ଦେଶୀ ମଦ ନେଇ ଯାଉଥିବା ବେଳେ ଧରା ପଡିଥିଲା। ତଦନ୍ତ ବେଳେ ଯୁବକ ଜଣଙ୍କ ପୁଲିସ ର ମୋଷ୍ଟ ଓ୍ବାଣ୍ଟେଡ ରହିଥିବା ଜୁଗୁଡ଼ି ଗାଁର ଶଙ୍କର ଗୌଡ଼ ବୋଲି ଜଣା ପଡ଼ିଛି ।  ଘଟଣା ନେଇ ଗୋଳନ୍ଥରା ଥାନାରେ ୧୩୪/୨୨ ରେ ଏକ ମାମଲା ରୁଜୁ କରି ଆଜି ଶଙ୍କରକୁ କୋର୍ଟ ଚାଲାଣ କରାଯାଇଛି। ଶଙ୍କର ନାମରେ ପାଟପୁର ଓ ଗୋଳନ୍ଥରା ଥାନାରେ ଦୁଇଟି ୱାରେଣ୍ଟ ରହିଥିବା ବେଳେ ଶଙ୍କରଦୀର୍ଘ ଦିନ ହେଲା  ଫେରାର ଥିଲା । ଶଙ୍କର ନାମରେ ଗୋଳନ୍ଥରା ଥାନାରେ ୧୦ରୁ ଉର୍ଦ୍ଧ ମାମଲା ରହିଥିବା ଥାନାଧିକାରୀ ଶ୍ରୀ ମହନ୍ତ ସୂଚନା ଦେଇଛନ୍ତି ।

Comments are closed.