ଗୋଷ୍ଠୀ ଶୌଚାଳୟରେ ତାଲା

ଗୋପାଳପୁର: ଗୋପାଳପୁର ଏନଏସି ପକ୍ଷରୁ ହରିଜନ ସାହି ଠାରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ନିର୍ମାଣ କରାଯାଇଥିବା ଗୋଷ୍ଠି ଶୌଚାଳୟ କାର୍ଯ୍ୟକ୍ଷମ ହେବା ପରିବର୍ତ୍ତେ ତାଲା ପକାଇ ରଖାଯାଇଥିବା ଦେଖିବାକୁ ମିଳିଛି। ଗତ ୨୦୨୦-୨୧ ଆର୍ଥିକ ବର୍ଷରେ ଏନଏସି ପକ୍ଷରୁ ୪,୪୮,୭୦୦ ଟଙ୍କା ଖର୍ଚ୍ଚ କରି ଗୋଷ୍ଠୀ ଶୌଚାଳୟ ନିର୍ମାଣ କରାଯାଇଥିଲା। ଏହି ଗୋଷ୍ଠୀ ଶୌଚାଳୟରେ ପୁରଷ ଓ ମହିଳାଙ୍କ ନିମନ୍ତେ ୪ଟି ଶୌଚାଳୟର ବ୍ୟବସ୍ଥା କରାଯାଇଛି। ବିଶେଷ କରି ଏହି ଶୌଚାଳୟଟି କାର୍ଯ୍ୟକ୍ଷମ ହେଲେ ହରିଜନ ସାହିରେ ରହୁଥିବା ଲୋକମାନେ ବ୍ୟବହାର କରିପାରିଥାନ୍ତେ। କିନ୍ତୁ ଏନଏସି କର୍ତ୍ତୃପକ୍ଷ ଏଥିପ୍ରତି ନଜର ନଦେଇ ଚାବି ପକାଇ ରଖିବା ସାଧାରଣରେ ନାନା ପ୍ରଶ୍ନବାଚୀ ସୃଷ୍ଟି କରିଛି।

Comments are closed.