ପୁନିତ ସାଗର ଅଭିଯାନ, ଏନ୍.ସି.ସି ପକ୍ଷରୁ ଗୋପାଳପୁରରେ ୱାର୍ଲଡ ଆର୍ଥ ଡେ ପାଳନ

ଗୋପାଳପୁର: ୱାର୍ଲଡ ଆର୍ଥ ଡେ ପାଳନ ଅବସରରେ ଏନ୍.ସି.ସି. ଗ୍ରୁପ୍ ହେଡ୍ କ୍ବାଟର ବ୍ରହ୍ମପୁର ପକ୍ଷରୁ ଗୋପାଳପୁର ବେଳାଭୂମି ଠାରେ ସମୁଦ୍ର ତଟକୁ ପରିଷ୍କାର ଓ ପରିଛନତା ଉପରେ ଗୁରୁତ୍ବ ଦିଆଯାଇ ‘ପୁନିତ ସାଗର ଅଭିଯାନ’ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଏନ୍.ସି.ସି. ଗ୍ରୁପ୍ ହେଡ୍ କ୍ବାଟର ବ୍ରହ୍ମପୁର ଅଧିନରେ ଥିବା ୨(ଓଡି଼ଶା) ବାଟାଲିୟନ୍ ଏନ୍.ସି.ସି, ୧ (ଓଡି଼ଶା) ନାଭାଲ୍ ୟୁନିଟ୍ ଏନ୍.ସି.ସି. ବ୍ରହ୍ମପୁର ଓ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଏନ୍.ସି.ସି. କ୍ୟାଡେଟର ୩୦୦ରୁ ଅଧିକ ଆର୍ମି ଓ ନାଭାଲ ଏନ୍.ସି.ସି. କ୍ୟାଡେଟ୍ ଏହି ଅଭିଯାନରେ ଭାଗନେଇ ଗୋପାଳପୁର ବେଳାଭୂମି ପରିଷ୍କାର କରିବା ସହ ଅଳିଆ ଓ ଆବର୍ଜନା ସଫା କରିଥିଲେ।

ସ୍ଥାନୀୟ ବାସିନ୍ଦା, ଦୋକାନି ଓ ପର୍ଯ୍ୟଟକମାନଙ୍କୁ ବେଳାଭୂମିର ଉପଯୁକ୍ତ ରକ୍ଷଣାବେକ୍ଷଣ ଓ ପରିଷ୍କାର ରଖିବା ନେଇ ସଚେତନତା ସୃଷ୍ଟି କରିଥିଲେ। ଅପରାହ୍ନରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ଉପଜିଲ୍ଲାପାଳ କିର୍ତ୍ତୀ ଭାସନ୍, ସମ୍ମାନୀତ ଅତିଥି ଭାବେ ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫୁଲ ମହାନ୍ତି ଯୋଗଦେଇ ଏନ୍.ସି.ସି କ୍ୟାଡେଟମାନଙ୍କୁ ଉଦବୋଧନ ଦେଇଥିଲେ। ସେହିପରି ୨ (ଓଡି଼ଶା)ବାଟାଲିୟନ୍ ଏନ୍.ସି.ସିର କମାଣ୍ଡିଂ ଅଫିସର କର୍ଣ୍ଣେଲ ଭି.ବି ରେଡ୍ଡି, ଏ.ଓ କର୍ଣ୍ଣେଲ ବିନୟ କ୍ଷେତ୍ରପାଳ ଓ ୧(ଓଡି଼ଶା) ନାଭାଲ ୟୁନିଟ୍ ଏନ୍.ସି.ସି.ର କମାଣ୍ଡିଂ ଅଫିସର କିଶୋର ଚନ୍ଦ୍ର ରାଉତ ପ୍ରମୁଖ ଅଶଂ ଗ୍ରହଣ କରି କ୍ୟାଡେଟମାନଙ୍କୁ ଉତ୍ସାହିତ କରିଥିଲେ। ସମଗ୍ର ଦେଶରେ ଜାରି ରହିଥିବା ଏହି ‘ପୁନିତ ସାଗର ଅଭିଯାନ’ର ଦ୍ବିତୀୟ ଭାଗ ଏପ୍ରିଲ ୧୮ରୁ ଆରମ୍ଭ ହୋଇଥିବା ବେଳେ ଏପ୍ରିଲ ୨୨ରେ ଶେଷ ହୋଇଛି। ଏହି ଅଭିଯାନରେ ଏନ୍.ସି.ସି. କ୍ୟାଡେଟମାନଙ୍କ ଦ୍ବାରା ୨୦ କେଜିରୁ ଅଧିକ ଅଳିଆ ଆବର୍ଜନା ସଂଗହ କରି ପ୍ରଶାସନକୁ ହସ୍ତାନ୍ତର କରାଯାଇଥିଲା।

Comments are closed.