ଟ୍ରକ ଧକ୍କାରେ ଗଲା ପାଞ୍ଚବର୍ଷର ନାତୁଣୀର ଜୀବନ, ଆଇ ଗୁରୁତର

ଗୋପାଳପୁର:ଡେଥ ଜୋନ ଭାବେ ପରିଚିତ ହଳଦିଆପଦର ଠାରୁ ଗିରିସୋଲା ୧୬ନମ୍ବର ଜାତୀୟ ରାଜପଥରେ ରବିବାର ଗୋଳନ୍ଥରା ଚଟି ଛକ ନିକଟରେ ଦୁର୍ଘଟଣାରେ ଆଜି ପାଞ୍ଚ ବର୍ଷର ନାତୁଣୀର ମୃତ୍ୟୁ ଘଟିଥିଲା ବେଳେ ୫୫ବର୍ଷୀୟା ଆଇ ଗୁରୁତର ଆହତ ହୋଇ କଟକ ସ୍ଥାନାନ୍ତର ହୋଇଛନ୍ତି। ମୃତ ବାଳିକା ଜଣଙ୍କ କନିଷି ଗଣେଶନଗର ବାସିନ୍ଦା ଶୁଭସ୍ମିତା ମହାପାତ୍ର (୫) ହୋଇଥିବା ବେଳେ ଆହାତ ମହିଳା ଜଣଙ୍କ ଝୁଲୁ ଆଚାର୍ୟ୍ୟ (୫୫) ବୋଲି ଜଣାପଡିଛି।

ଦୁର୍ଘଟଣା ପରେ କନିଶି ଅଗ୍ନିଶମ ବାହିନୀର କର୍ମଚାରିମାନେ ଗୁରୁତର ଆହାତ ନାତୁଣୀ ଓ ଆଇଙ୍କୁ ଉଦ୍ଧାର କରି ଏମକେସିଜିକୁ ନେଲା ବେଳେ ରାସ୍ତାରେ ଝିଅଟିର ମୃତ୍ୟୁ ଘଟିଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ସୋମବାର ହୋଇଥିବାରୁ ସକାଳେ ଆଇ ନାତୁଣୀ କନିଷି ଜଗନ୍ନାଥ ମନ୍ଦିର ଦର୍ଶନ ପାଇଁ ଘରୁ ବାହାରି ଯାଇଥିଲେ। କନିଷି ହାଟ ଜାତୀୟ ରାଜପଥ ପାର୍ଶ୍ବରେ ଠିଡ଼ା ହୋଇ ଥିବା ବେଳେ ଏକ ଦୃତଗାମୀ ଟ୍ରକ ବ୍ରହ୍ମପୁର ପଟୁ ଆସି କନିଷି ଛକରୁ ବୁଲେଇ ଶିହଳା ରୋଡ଼କୁ ଯିବାବେଳେ ଧକ୍କା ଦେଇଥିଲା। ଯାହା ଫଳରେ ଦୁହେଁ ଆଗଚକ ତଳେ ପଡ଼ି ଯାଇଥିଲେ ଏବଂ ଟ୍ରକର ପଛ ଚକ ଦୁହିଁଙ୍କ ଗୋଡ଼ ଉପରେ ଚଢ଼ି ଯାଇଥଲା। ସ୍ଥାନୀୟ ଲୋକ ଓ ଅଗ୍ନିଶମ ବିଭାଗ କର୍ମଚାରୀ ମିଳିତ ଭାବେ ଉଭୟ ଆହାତଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ମେଡିକାଲ ନେଲା ବେଳେ ରାସ୍ତାରେ ଝିଅଟି ମୃତ୍ୟୁ ଘଟିଥିଲା।
ଖବର ପାଇ ଗୋଳନ୍ଥରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ହସ୍ପିଟାଲ୍ ଯାଇଥିଲେ। ଝିଅ ଟିର ଶବକୁ ଜବତ କରି ବ୍ୟବଛେଦ ପାଇଁ ପଠାଇ ଥିଲେ। ଏ ନେଇ ଗୋଳନ୍ଥରା ଥାନାରେ ଏକ ମାମଲା ରୁଜୁ ହେବା ସହ ଦୁର୍ଘଟଣା ଘଟାଇଥିବା ଟ୍ରକ ଓ ଡ୍ରାଇଭରକୁ ଅଟକ ରଖି ପୁଲିସ ପଚରାଉଚରା କରୁଛି।

Comments are closed.