ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କର୍ମଚାରୀ ସଂଘର ସାଧାରଣ ଅଧିବେଶନ ଅନୁଷ୍ଠିତ

ଗୋପାଳପୁର: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପରିସର ମଧ୍ୟରେ ଥିବା ସିନେଟ୍ ହଲ ଠାରେ ଆଜି ବିଶ୍ଵବିଦ୍ୟାଳୟ କର୍ମଚାରୀ ସଂଘର ୪୭ ତମ ବାର୍ଷିକ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ସଭାପତି ଦୁତି କୃଷ୍ଣ ବେହେରା ଙ୍କ ଅଧ୍ୟକ୍ଷତା ରେ ଆୟୋଜନ ଅଧିବେଶନରେ ଉପଦେଷ୍ଟା ସୁଶାନ୍ତ କୁମାର ମହାପାତ୍ର, କାର୍ଯ୍ୟକାରୀ ସଭାପତି ଉପେନ୍ଦ୍ର ପାଳ, ଉପ ସଭାପତି ସୁଶାନ୍ତ ସାହୁ ଓ ନରେନ୍ଦ୍ର କୁମାର ପାତ୍ର,ସାଧାରଣ ସମ୍ପାଦକ ଡ଼ଃ.ମିହିର କୁମାର ତ୍ରିପାଠୀ,ସମ୍ପାଦକ ସବିତା ରାଣୀ ସାହୁ, ସହ ସମ୍ପାଦକ ଇନ୍ଦ୍ର ପ୍ରସାଦ ବେହେରା,କୋଷାଧ୍ୟକ୍ଷ ସତ୍ୟ ନାରାୟଣ ଶତପଥି ପ୍ରମୁଖ ମଞ୍ଚlସିନ ଥିଲେ। ଏହି ଅବସରରେ ଡ଼ଃ .ଶଙ୍କର ମାଝୀ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ସାଧାରଣ ସମ୍ପାଦକ ଡ଼ଃ.ମିହିର ତ୍ରିପାଠୀ ବାର୍ଷିକ ବିବରଣୀ ପାଠ କରିଥିଲେ।

ସଂଘ ପକ୍ଷରୁ ନିଖିଳ ଓଡ଼ିଶା ବିଶ୍ଵବିଦ୍ୟାଳୟ କର୍ମଚାରୀ ସଂଘ ପାଇଁ ନିର୍ବାଚିତ ହୋଇଥିବା ଉପଦେଷ୍ଟା ସୁଶାନ୍ତ କୁମାର ମହାପାତ୍ର, ଉପ ସଭାପତି ଡ଼ଃ. ମିହିର ତ୍ରିପାଠୀ ଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା। ଏହି ଅବସରରେ ନୂତନ ବର୍ଷ ୨୦୨୨-୨୩ ପାଇଁ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା। ସଭାପତି ଭାବେ ଉପେନ୍ଦ୍ର ପାଳ, କାର୍ଯ୍ୟକାରୀ ସଭାପତି ସୁଶାନ୍ତ କୁମାର ସାହୁ, ଉପ ସଭାପତି ନରେନ୍ଦ୍ର କୁମାର ପାତ୍ର ଓ ମୋନଜ କୁମାର ତ୍ରିପାଠୀ, ସାଧାରଣ ସମ୍ପାଦକ ସତ୍ୟ ନାରାୟଣ ଶତପଥି, ସମ୍ପାଦିକା ଗୀତାଞ୍ଜଳି ପଣ୍ଡା, ସହ ସମ୍ପାଦକ ଏନ୍. ଭୀମରାଜୁ ରେଡ଼ି ଓ ଇନ୍ଦ୍ର ପ୍ରସାଦ ବେହେରା, କୋଷାଧ୍ୟକ୍ଷ ପ୍ରଦୀପ କୁମାର ବେହେରା, ଉପଦେଷ୍ଟା ଡ଼ଃ.ଶଙ୍କର ମାଝୀ ପ୍ରମୁଖ ଚୟନ ହୋଇଛନ୍ତି।

କାର୍ଯ୍ୟକାରୀ ସଭ୍ୟ ସଭ୍ୟା ଭାବେ ଡ଼ଃ.ମିହିର ତ୍ରିପାଠୀ, ଅଶୋକ ଖlଣ୍ଡl, ମନମୋହନ ବେହେରା,ଭି.ମୋହନ ରାଓ, ଡ଼ଃ.ଗୌରୀ ଶଙ୍କର ମହାରଣା, ରାଜ କିଶୋର ମହାପାତ୍ର, ଆଇ.ଲୋକନାଥ, ପ୍ରଫୁଲ୍ଲ କୁମାର ମହାରଣା, ପ୍ରସନ୍ କୁମାର ସିଂ, ପ୍ରଣତି ଦେ, ମନୋଜ ଶତପଥି, ପି. ମଧୁ ସୁଦନ ରାଓ, ଅରବିନ୍ଦ ନାୟକ, ସିମlଞ୍ଚଳ ବେହେରା, ଶଶିର ମହାପାତ୍ର, କଳ୍ପନା ସେଠ୍, ପ୍ରିୟଙ୍କା ଶତପଥି, ଉଜଳlବତି ନାୟକ, ରାକେଶ କୁମାର ସାହୁ, ମଦନ ମୋହନ ଜେନା, ବ୍ରଜ କିଶୋର ସାହୁ, ମିତ୍ର ଭାନୁ ମେହେର, ନମିତା ସାମଲ, ଆର୍.ସନ୍ତୋଷ ରେଡ୍ଡୀ, ମଣି ବେହେରା, ରବି ଗଉଡ, ଟି. କାମା ରେଡ୍ଡୀ,ଡି. ରାଯେୟା ରେଡ୍ଡୀ, ଦେବୀ ବେହେରା, ରଙ୍କ ନାୟକ, କାହୁଁ ଚରଣ ମହାପାତ୍ର, ଡ଼ଃ. ସୂର୍ଯ୍ୟ ନାରାୟଣ ପଣ୍ଡା, ଗୌରବ ଦାସଙ୍କୁ ଚୟନ କରାଯାଇଥିଲା। ସଂଘ ପକ୍ଷରୁ ନୂତନ କର୍ମକର୍ତ୍ତା ଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସଙ୍ଘର ବିଭିନ୍ନ ବିଷୟରେ ଆଲୋଚନା ହୋଇଥିଲା। ଶେଷରେ ଡ.ମିହିର ତ୍ରିପାଠୀ ଧନ୍ୟବାଦ୍ ଅର୍ପଣ କରିଥିଲେ।

Comments are closed.