ଗୋପାଳପୁରରେ ମା’ ବିମଳା ମନ୍ଦିର ପ୍ରତିଷ୍ଠା ସହ ହନୁମାନ ବିଗ୍ରହ ପ୍ରତିଷ୍ଠା

ଗୋପାଳପୁର: ଗୋପାଳପୁର ସ୍ଥିତ ସିଗିଡି ସାହିରେ ଥିବା ଜଗନ୍ନାଥ ମନ୍ଦିର ପରିସରରେ ନୂତନ ଭାବେ ନିର୍ମିତ ମା’ ବିମଳା ମନ୍ଦିର ପ୍ରତିଷ୍ଠା ସହ ମୂର୍ତ୍ତି ସ୍ଥାପନ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଗତ ୧୯ ତାରିଖ ଠାରୁ ଅଧିବାସ ଆରମ୍ଭ ହୋଇ ଆଜି ଭୋର ସକାଳୁ ନିତିକାନ୍ତି ଭାବେ ପୂଜାର୍ଚ୍ଚନା ସହ ହୋମ ଯଜ୍ଞ, ନାମ ଯଜ୍ଞ, ଘୃତ ଯଜ୍ଞ, ନଗର ପରିକ୍ରମା କରି ବିମଳାଙ୍କ ମୂର୍ତ୍ତିକୁ ସିଂହାସନ ବିଜେ କରାଯାଇଥିଲା। ଦେବଚlର୍ଯ୍ୟ ପଣ୍ଡିତ ମୋତିଲାଲ୍ ଦାଶ, ପ୍ରଚାରକ ସରୋଜ ଶତପଥୀ, ଆଚାର୍ଯ୍ୟ ଶଙ୍କର୍ଷଣ ନନ୍ଦ, ସୁଦ୍ଧା ସିନ୍ଧୁ ଦାଶ, ସୁଦର୍ଶନ ସାହୁ, କର୍ତ୍ତା ଏ. ଆନନ୍ଦ ରାଓ, ଧର୍ମ ପତ୍ନୀ ଏ. କୀର୍ତ୍ତି ପୂଜାର୍ଚ୍ଚନା ଦାୟିତ୍ବ ତୁଲାଇଥିଲେ। ଏ. ଜାନକୀ ରାମ, ଇ.ଲୋକନାଥ, ପଞ୍ଚୁ ବେହେରା, ଜି.ମୋହନ, କନ୍ଧ ମହାପାତ୍ର, ଲକ୍ଷଣ ପଣ୍ଡା, ହରି ସାହୁ, ଲକ୍ଷଣ ସାହୁ, ଟୁନା ବେହେରା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

ସେହିପର ହନୁମାନ ଛକ ଠାରେ ହନୁମାନଙ୍କ ବିଗ୍ରହ ପ୍ରତିମୂର୍ତ୍ତି ପ୍ରତିଷ୍ଠା ହୋଇଛି। ଗତକାଲି ଅଧିବାସ ଆରମ୍ଭ ହୋଇ ଆଜି ଭୋରରୁ ନିତିକାନ୍ତି ଭାବେ ପୂଜାର୍ଚ୍ଚନା ହୋଇଥିଲା ତାହା ସହ ୬ ଟି ଆଖ ପାଖ ଅଞ୍ଚଳରୁ ସଙ୍କୀର୍ତ୍ତନ ଦଳ ଯୋଗ ଦେଇ ନାମ ଯଜ୍ଞ ଆରମ୍ଭ ହୋଇ ଆସନ୍ତା କାଲି ପୂର୍ଣ୍ଣାହୁତି କରାଯିବ। ଏହି ଅବସରରେ ୧୦୮ ହନୁମାନ ଚାଳିଶା ପାଠ କରାଯାଇଥିଲା। ପୁରୋହିତ ଭାବେ ବାଉରୀ ବନ୍ଧୁ ପ୍ରହରାଜ, ରାଜେନ୍ଦ୍ର ଗନ୍ତାୟତ, ଲିଙ୍ଗରାଜ ପଣ୍ଡା, ବିନୋଦ ଦାଶ, ଆପେୟା, ଲାଛେୟା କର୍ତ୍ତା ଭାବେ ଅଙ୍କୁର ଅଧିକାରୀ ପୂଜାର୍ଚ୍ଚନାର ଦାୟିତ୍ବ ତୁଲାଇଥିଲେ। ଆଜି ନଗର ପରିକ୍ରମା କରି ପ୍ରଭୁଙ୍କୁ ସିଂହାସନ ବିଜେ କରିଛନ୍ତି। ଏହି ମୂର୍ତ୍ତିଟି ୩୨ ଫୁଟ ଉଚ୍ଚତା ବିଶିଷ୍ଟ ହୋଇଛି।

Comments are closed.