ବାରଣ ସତ୍ତ୍ବେ ବେଳାଭୂମିରେ ବୁଲୁଛନ୍ତି ପର୍ଯ୍ୟଟକ

ଗୋପାଳପୁର: ଜିଲ୍ଲାରେ କରୋନା ସଂକ୍ରମଣ ଧୀରେ ଧୀରେ ଉପର ମୁହାଁ ହେବା ଯୋଗୁଁ ଜିଲ୍ଲା ପ୍ରଶାସନ ତରଫରୁ ବିଭିନ୍ନ କଟକଣା ଜାରି କରାଯାଇଛି। ସେହିପରି ଆଗାମୀ ଦିନରେ ପାଳିତ ହେବାକୁ ଥିବା ପୋଙ୍ଗଲ ଓ ଭୋଗି ପର୍ବ ପାଇଁ ଜିଲ୍ଲାରେ ଥିବା ଗୋପାଳପୁର, ସୁନାପୁର ସହ ବିଭିନ୍ନ ଜଳକ୍ରୀଡା ସ୍ଥାନମାନଙ୍କରେ ପର୍ଯ୍ୟଟକମାନଙ୍କ ପ୍ରବଳ ସମାଗମକୁ ଆଖି ଆଗରେ ରଖି ଗୁରୁବାର ଠାରୁ ସୋମବାର ପଯ୍ୟନ୍ତ ଅର୍ଥାତ ୧୩ ତାରିଖ ଠାରୁ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଗୋପାଳପୁର, ସୋନପୁର ସହ ଅନ୍ୟ ବେଳାଭୂମି ବନ୍ଦ ରହିବ ବୋଲିି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଆଜି ସକାଳେ ଟୁଇଟ ଯୋଗେ ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ ପ୍ରତିବର୍ଷ ମକର ସଂକ୍ରାନ୍ତି ସହ ପୋଙ୍ଗଲ ପର୍ବରେ ଗୋପାଳପୁର ବେଳାଭୂମି ଭିଡ଼଼ ଜମୁଥବା ହେତୁ ଏବଂ ଶୁକ୍ରବାର ମକର ସଂକ୍ରାନ୍ତି ହୋଇଥିବାରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଳାଭୂମିରେ ଭିଡ଼କୁ ଦୃଷ୍ଟିରେ ରଖି ବେଳାଭୂମି ବନ୍ଦ କରାଯାଇଛି। କିନ୍ତୁ ଗୁରୁବାର ଅପରାହ୍ନରେ ବେଳାଭୂମିରେ ପ୍ରଶାସନ ତରଫରୁ କଟକଣା ଜାରି ହୋଇଥିବା ବେଳେ କିିଛି ପର୍ଯ୍ୟଟକ ବେଳାଭୂମିରେ ବୁଲୁଥିବା ସହ ବେଳାଭୂମିର ମଜା ନେଉଥିବା ଦେଖିବାକୁ ମିଳିଛି। କୈଣସି ସ୍ଥାନରେ ପୁଲିସର କଟକଣା କିମ୍ବା ଚେକିଂ ବ୍ୟବସ୍ଥା ନଥିବାରୁ ପର୍ଯ୍ୟଟକମାନେ ଗୋପାଳପୁରରେ ଭିଡ ଜମାଇଥିବା ଦେଖିବାକୁ ମିଳିଥିଲା।

Comments are closed.