ବିଜେଡି ମହିଳା ପରିବର୍ଦ୍ଧିତ କାର୍ଯ୍ୟକରଣୀ ବୈଠକ ଅନୁଷ୍ଠିତ

ଗୋପାଳପୁର: ଜିଲ୍ଲା ମହିଳା ବିଜୁ ଜନତା ଦଳ ଜିଲ୍ଲାସ୍ତରୀୟ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଜିଲ୍ଲା ମହିଳା ସଭାନେତ୍ରୀ ସଙ୍ଘମିତ୍ରା ଦଳେଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଖଣି, ଏବଂ ଇସ୍ପାତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ଆସିକା ସାଂସଦ ପ୍ରମିଳା ବିଶୋଇ ଏବଂ ରାଜ୍ୟ ମହିଳା ସଭାନେତ୍ରୀ ତଥା ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରୀଆ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଗୋପବନ୍ଧୁ ଦାଶ ପ୍ରମୁଖ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ। ବୈଠକରେ ରାଜ୍ୟ ସରକାରଙ୍କ ସମସ୍ତ ଜନହିତକର କାର୍ଯ୍ୟକୁ ଲୋକଙ୍କ ନିକଟରେ ପହଞ୍ଚେଇବା ପାଇଁ ଦଳୀୟ କାର୍ଯ୍ୟକର୍ତ୍ତାକୁ କୁହାଯିବା ସହ ଜୋନ ସ୍ତରୀୟ ସଂଗଠନକୁ ସୁଦୃଢ କରିବା ଉପରେ ଉପସ୍ଥିତ ନେତାମାନେ ମତ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଜେଡି ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଜିଲ୍ଲା ପର୍ଯ୍ୟବେକ୍ଷକ ଗୀତାଞ୍ଜଳି ବସ୍ତିଆ, ଜିଲ୍ଲାପରିଷଦ ଉପାଧ୍ୟାକ୍ଷା ସ୍ନେହଲତା ପଣ୍ଡା, ଜିଲ୍ଲାପରିଷଦ ସଭ୍ୟା ମଞ୍ଜୁଶ୍ରୀ ଦଳେଇ, ମହିଳା ଜୋନ ସଭାପତି ମମତା ମୟୀ ବିଶୋଇ, ବିଜୁ ଛାତ୍ର ଜିଲ୍ଲା ସଭାପତି ପ୍ରଶାନ୍ତ ପଣ୍ଡା, କୋଷାଧକ୍ଷ ନୀଳମାଧବ ପାତ୍ର, ରିତା ବେହେରା, ଯୁବନେତା ଅଜିତ କୁମାର ରାଉଳ ପ୍ରମୁଖ ଉପସ୍ଥିତ ରହିଥିଲେ।

Comments are closed.