ପୁସ୍ତକ ‘ସୁରତ ଏକ୍ସପ୍ରେସ’ ଉନ୍ମୋଚିତ

ଗୋପାଳପୁର: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ଓଡିଆ ବିଭାଗର ପ୍ରଧ୍ୟାପକ ତଥା ଗାଳ୍ପିକ ପ୍ରଫେସର ଦାଶରଥି ଭୁୟାଁଙ୍କ ଦ୍ବାରା ଲିଖିତ ସପ୍ତମ ଗଳ୍ପ ପୁସ୍ତକ ‘ସୁରତ ଏକ୍ସପ୍ରେସ୍’କୁ ଓଡ଼ିଶାର ସୁନାମଧନ୍ୟ କବି, କେନ୍ଦ୍ର ସାହିତ୍ୟ ଏକାଡେମୀର ପୂର୍ବତନ ସଭାପତି, ପଦ୍ମଭୂଷଣ ରମାକାନ୍ତ ରଥଙ୍କ ଦ୍ୱାରା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପରିସରରେ ଏକ ନିରାଡମ୍ବର ସାହିତ୍ୟ ସଭାରେ ଉନ୍ମୋଚିତ ହୋଇଯାଇଛି। ଆକାଶରେ ଉଙ୍କି ମାରୁଥିବା ଟିକିନିକି ଭାବକୁ, ଶବ୍ଦର ରୂପଦେବାରେ କଥାକାର ଡକ୍ଟର ଦାଶରଥି ଭୂୟାଁ ମହୋଦୟ ଖୁବ ଯତ୍ନବାନ ଓ ସଫଳ ହୋଇଛନ୍ତି ଏବଂ ନିଃସନ୍ଦେହରେ ଏହି ପୁସ୍ତକଟି ତାଙ୍କୁ ତାଙ୍କର ଅନ୍ୟ ମାନସ ସନ୍ତାନଙ୍କ ପରି ବିପୁଳ ପାଠକୀୟ ଅଦୃତି ଆଣି ଦେବ ବୋଲି ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ସାହିତ୍ୟିକ ଏବଂ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ବିଭାଗୀୟ ମୁଖ୍ୟ ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁ ମତବ୍ୟକ୍ତ କରିଥିଲେ। ଲେଖକ ତାର କାହାଣୀରେ କେତେ ପରିମାଣରେ ସଫଳ ହୋଇଛି ତାହା ତାଙ୍କର ଲେଖକୀୟ ଜ୍ଞାନ, ଅଭିଜ୍ଞତା ଏବଂ ସମୟର ପ୍ରଭାବ ସହିତ ପାଠକମାନଙ୍କ ଗ୍ରହଣୀୟତା ଉପରେ ନିର୍ଭର କରେ। କାହାଣୀ ଆଜି ମଧ୍ୟ ବିକାଶ ଆଡ଼କୁ ଅଗ୍ରସର ହେଉଛି। କାହାଣୀରେ ନୂତନତ୍ଵର ପ୍ରୟୋଗ ହେଉଛି। କଥା ସାହିତ୍ୟରେ ସମୟ ଏବଂ ପରିସ୍ଥିତିର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି।

ପ୍ରତ୍ୟେକ କାହାଣୀ ନୂତନ ବର୍ଷର ନିକଟତର ହେବା ସହିତ, ସମୟ ଏବଂ ପରିସ୍ଥିତି ଅନୁଯାୟୀ ବଦଳି ଥାଏ। ସମୟ ଅନୁସାରେ ମାନବର ବିକଶିତ ଚିନ୍ତାଧାରା ସହିତ ମାନବ ସମ୍ବେଦନଶୀଳତାର ମାନକକୁ ମଧ୍ୟ କାହାଣୀ ସାମିଲ କରିଥାଏ ବୋଲି ଗାଳ୍ପିକ ଦାଶରଥି ଭୂୟାଁ ତାଙ୍କର ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ପ୍ରଫେସର ହରପ୍ରିୟା ସାମନ୍ତରାୟ, ରମାକାନ୍ତ ରଥଙ୍କ ସହଧର୍ମିଣୀ ଶ୍ରୀମତୀ ରଥ ଆଦି ଉପସ୍ଥିତ ଥିଲେ। କବି ରମାକାନ୍ତ ରଥ ଗାଳ୍ପିକ ଭୂୟାଁଙ୍କ ସାହିତ୍ୟିକ ଜୀବନର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ।

Comments are closed.