ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପୁରୁଷ ଭଲିବଲ୍ ଦଳର ବାରଣାସୀ ଗସ୍ତ

ଗୋପାଳପୁର: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ତରଫରୁ ପୁରୁଷ ଭଲିବଲ ଦଳ ଆଜି ବାରଣାସୀ ଗସ୍ତ କରିଛନ୍ତି। ଏହି ଦଳ ବାରଣାସୀ ସ୍ଥିତ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ରେ ଚଳିତ ମାସ ୨୮ ତାରିଖ ଠାରୁ ଜାନୁଆରୀ ୧ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଆନ୍ତଃ ବିଶ୍ଵବିଦ୍ୟାଳୟ ପ୍ରତିଯୋଗିତାରେ ଭାଗ ନେବେ। ଏହି ଦଳରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ବି. ତେଜରlଜ ଚୌଧୁରୀ, ପିପୁଲ୍ସ କଲେଜ ବୁଗୁଡ଼ାର ସୁଧାକର ସାହୁ ଓ ଶିବ ପ୍ରସାଦ ସେଠୀ, ରାୟଗଡ଼ା କଲେଜର ସୁକାନ୍ତ ଲିମା, ମାଲକାନଗିରି କଲେଜର ଶଙ୍କର ଚଉପତି, ସୁରେନ୍ଦ୍ର ମାଡ଼କାମି, ସlନ୍ୟାଲା ମାଡ଼କାମି ଓ ଅନନ୍ତ ଟୁକୁମିଆ, ବ୍ରହ୍ମପୁର ସିଟି କଲେଜର ଶବର ଗନ୍ତାୟତ, ସିମିଳିଗୁଡା କଲେଜର ନରେଶ ଖିଲା ରହିଥିବା ବେଳେ ମ୍ୟାନେଜର ଭାବେ ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ଅକ୍ଷୟ କୁମାର ସାହୁ, କୋଚ ଭାବେ ବାଲିଗୁଡା ଆଞ୍ଚଳିକ ସାଇନ୍ସ ଡ଼ିଗ୍ରୀ କଲେଜର ପିଇଟି ଭଞ୍ଜ କିଶୋର ଗୌଡ ସାମିଲ ହୋଇ ଗସ୍ତ କରିଛନ୍ତି। କ୍ରୀଡା ପରିଷଦ ପକ୍ଷରୁ କ୍ରୀଡା ପରିଷଦ ର ସମ୍ପାଦକ ଡ଼ଃ.ଶେଷଦେବ ପାତ୍ର, ସହ କୁଳସଚିବ ଡ଼ଃ ସରୋଜ କୁମାର ଦାଶ, ରାଜେଶ ମହାନ୍ତି,ଏସ.କ୍ରିଷ୍ଣା ରେଡ୍ଡୀ, ରବି ଚରଣ ମିଶ୍ର, ସିଦ୍ଧାର୍ଥ ଶଙ୍କର ପାଢ଼ୀ, ବିକ୍ରମ ପରିଡ଼ା ପ୍ରମୁୁୁଖ ଶୁଭେଛା ଜଣାଇଛନ୍ତି।

Comments are closed.