ଗୋପାଳପୁରରେ ‘ମୋ ଗାଁରେ ତହସିଲ’ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗୋପାଳପୁର: ଲୋକଙ୍କ ଜମିଜମା ସମ୍ବନ୍ଧୀୟ କାମ ପାଇଁ ବାରମ୍ବାର ସରକାରୀ କାର୍ଯାଳୟକୁ ନ ଦୌଡିବା ଓ ଲୋକଙ୍କ ହାତପହନ୍ତାରେ ତହସିଲ ପହଞ୍ଚି କିପରି ସୁବିଧା ପ୍ରଦାନ କରିବେ ତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ‘ମୋ ଗାଁରେ ତହସିଲ’ କାର୍ଯ୍ୟକ୍ରମ ପ୍ରଣୟନ କରିଛନ୍ତିl ଏହ ପରିପ୍ରେକ୍ଷୀରେ କନିଷି ତହସିଲ ପକ୍ଷରୁ ଗୋପାଳପୁର ରାଜସ୍ବ ସର୍କିଲ ଅଧିନସ୍ଥ ତଥା ରଙ୍ଗେଈଲୁଣ୍ଡା ବ୍ଲକ ନାରାୟଣପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସରପଞ୍ଚ ଆର ହିମାଂଶୁ ପ୍ରସାଦ ରାଓଙ୍କ ତତ୍ତ୍ୱାବଧାନରେ ମୋ ଗାଁରେ ତହସିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛିl

ଏଥିରେ କନିସି ତହସିଲଦାର ତାପସ ରାଉତ, ଅତିରିକ୍ତ ତହସିଲଦାର ମନୋଜ ପ୍ରଭାକର କୁଜୁର, ସମିତି ସଭ୍ୟ ଭି ସର୍ବେଶ୍ଵର ରାଓ, ନାଏବ ସରପଞ୍ଚ ସନ୍ତୋଷିନୀ ମହାରଣା, ଗୋପାଳପୁର ରାଜସ୍ବ ନିରୀକ୍ଷକ ସନ୍ତୋଷ କୁମାର ବିଷୋୟୀ ପ୍ରମୁଖ ଉପସ୍ଥିତ ରହି ଜମି ରାଜସ୍ବ ଖଜଣା ବାବଦରେ ୬୦୦ଟଙ୍କା ଆଦାୟ କରିବା ସହ ୯ ଜଣଙ୍କୁ ଘରବାରି ପଟ୍ଟା, ୨ ଜଣଙ୍କୁ ଗ୍ରାମ କଣ୍ଟକ ପଟ୍ଟା, ୧୮ଟି ମିୟୁଟେସନ କେସ, ୧୧ ଜଣଙ୍କୁ ବସନ୍ଧୁରା ଯୋଜନାରେ ପଟ୍ଟା ଓ ୧୭ଟି ଅନ୍ୟାନ୍ୟ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅମିନ ପ୍ରିୟରଞ୍ଜନ ରାଉତ, ସୁପରଭାଇଜର ପ୍ରଶାନ୍ତ କୁମାର ମହାନ୍ତି, ମନୋଜ କୁମାର ସାହୁ, ସୁରେଶ କୁମାର ପାତ୍ର, ବିରେନ୍ଦ୍ର ଶବର ଓ ରବିନ୍ଦ୍ରନାଥ ଜେନା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

Comments are closed.