ଶୌଚାଳୟ ଭିତରେ ପର୍ଯ୍ୟଟକ, ବାହାରେ ତାଲା ପକାଇ କର୍ମଚାରୀ ଛୁ

ଗୋପାଳପୁର: ଶୁକ୍ରବାର ଅପରାହ୍ନରେ ଗୋପାଳପୁରରେ ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି। ଜଣେ ପର୍ଯ୍ୟଟକ ଶୌଚାଳୟ ଭିତରକୁ ଶୌଚ ହେବାକୁ ଯାଇଥିବା ବେଳେ ସେଠାରେ ନିୟୋଜିତ ରହିଥିବା କର୍ମଚାରୀ ଜଣଙ୍କ ତାଙ୍କୁ ତାଲା ପକାଇ ପଳାଇ ଯାଇଥିବା ଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଆଜି ଅପରାହ୍ନ ୪ଟା ବେଳେ ବ୍ରହ୍ମପୁର ଆସିଥିବା ଜନୈକ ଯୁବକ ଗୋପାଳପୁର ବୁଲିବାକୁ ଆସିଥିବା ସମୟରେ ବସଷ୍ଟାଣ୍ଡ ଠାରେ ଥିବା ଶୌଚାଳୟକୁ ଶୌଚ ହେବାକୁ ଯାଇଥିଲେ। କିନ୍ତୁ ଯୁବକ ଜଣଙ୍କ ଶୌଚ ହୋଇ ବାହାରକୁ ବାହାରିବା ସମୟରେ ମୁଖ୍ୟ ଫାଟକ ବନ୍ଦ ଥିବା ଦେଖି ବ୍ୟତିବ୍ୟସ୍ତ ହୋଇ ଯାଇଥିଲେ।

ପରେ ଘଟଣା ନେଇ ସ୍ଥାନୀୟ ଅଞ୍ଚଳର କିଛି ଦୋକାନୀ ଦେଖି ଏନଏସିର କର୍ମଚାରୀଙ୍କୁ ଅବଗତ କରିବା ପରେ ଶୌଚାଳୟରେ ନିୟୋଜିତ ରହିଥିବା କର୍ମଚାରୀ ଜଣଙ୍କ ପହଞ୍ଚି ତାଲା ଖୋଲିବା ପରେ ଯୁବକ ଜଣଙ୍କ ବାହାରକୁ ଆସିପାରିଥିଲେ। ସୂଚନା ଯୋଗ୍ୟ ପୂର୍ବରୁ ଅନେକ ଥର ଏପରି ଘଟଣା ଦେଖିବାକୁ ମିଳିଥିଲେ ମଧ୍ୟ ଏନଏସି ପକ୍ଷରୁ ଏହା ନେଇ କୈାଣସି ସମାଧନର ବାଟ ବାହାର କରି ପାରୁନଥିବା ସାଧାରଣରେ ଆଲୋଚନା ହେଉଛି। ଏନଏସି ପକ୍ଷରୁ ଶୌଚାଳୟକୁ ଲିଜ ଭାବରେ ଦେବା ନିମନ୍ତେ ପଦକ୍ଷେପ ନିଆଯାଇ ଥିଲେ ସୁଦ୍ଧା ମାସିକ ଭଡା ଅଧିକ ରହିଥିବାରୁ କୈାଣସି ବ୍ୟକ୍ତି ଏହାକୁ ଲିଜ ଆକାରରେ ନେବାକୁ ଆଗ୍ରହୀ ନଥିବାରୁ ଏନଏସି ପକ୍ଷରୁ ଜନୈକ ଝାଡୁଦାରକୁ ଏଠାରେ ନିଯୁକ୍ତି ଦିଆଯାଇଛି। ନିଯୁକ୍ତି ପାଇଥିବା କର୍ମଚାରୀ ଜଣଙ୍କ ପ୍ରତିଦିନ ସଠିକ ସମୟରେ ଶୌଚାଳୟ ଖୋଲିବା ଓ‌ ବନ୍ଦ କରୁନଥିବା ମଧ୍ୟ ସାଧାରଣରେ ଅଭିଯୋଗ ହେଉଛି।

Comments are closed.