ଗୋପାଳପୁର କଲେଜରେ କ୍ୟାରିଅର ପରାମର୍ଶ ଶିବିର

ଗୋପାଳପୁର: ଗୋପାଳପୁର କଲେଜରେ ଆଜି କ୍ୟାରିଆର କାଉନସିଲିଙ୍ଗ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ କଲେଜର ଅଧ୍ୟକ୍ଷ ଡ଼ଃ. ବିପ୍ର ଚରଣ ମହାଙ୍କୁଡ଼ ଯୋଗ ଦେଇ ଛାତ୍ର ସମାଜର ନୈତିକ କର୍ତ୍ତବ୍ୟ ଏବଂ ଚାକିରି ଅନ୍ବେଷଣ ପାଇଁ ଏକାଗ୍ରତା ହିଁ ମୁଖ୍ୟ ଉପାଦାନ ବୋଲି କହିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ବାଣିଜ୍ୟ କର ଏବଂ ଜିଏସଟି ବିଭାଗ କନ୍ଧମାଳ ଜିଲ୍ଲାର ଡେପୁଟି କମିଶନର ଡଃ. ବିଭୂଦତ୍ତ ଆଚାରି ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ସବୁବେଳେ ନିଜକୁ ପ୍ରସ୍ତୁତ ରଖିବା ସହ ସମସ୍ତ କ୍ଷେତ୍ରରେ ଦକ୍ଷତା ବୃଦ୍ଧି କରିବାକୁ ଆହ୍ୱାନ ଦେଇଥିଲେ। ପ୍ରାଧ୍ୟାପକ ଡ଼ଃ. ମନୋଜ ପଟ୍ଟନାୟକ ସ୍ବାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ।

ପ୍ରାଧ୍ୟାପକ ଡ଼ଃ.ଆଶୁତୋଷ ଷଡ଼ଙ୍ଗୀ, ଡ଼ଃ. ରାମଚନ୍ଦ୍ର ଜେନା ମଞ୍ଚାସିନ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡ଼ଃ. ରଞ୍ଜିତ କୁମାର ଦାଶ, ଡ଼ଃ. ରାମ ପ୍ରସାଦ ପଣ୍ଡା, ଡ଼ଃ.ଗିରିଶ ଚନ୍ଦ୍ର ବେହେରା, ଡ଼ଃ.ଚଞ୍ଚଳା ଜେନା,ଡ଼ଃ. ପିତାମ୍ବର ବିଷୋୟୀ, ଲକ୍ଷ୍ମଣ ପାଳ,ଡ଼ଃ. ପ୍ରଦୀପ୍ତ ପଟନାୟକ, ସନ୍ତୋଷ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଜି.ଗଣେଶ ସହଯୋଗ କରିଥିବା ବେଳେ ଡ଼ଃ.ରଶ୍ମିତା ପାତ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ।

Comments are closed.