ବ୍ରହ୍ମପୁର ବିଶ୍ଵଦ୍ୟାଳୟର ବିଇଡି ବିଭାଗରେ କଳାକୃତି ପ୍ରଦର୍ଶନୀ ଆୟୋଜିତ

ଗୋପାଳପୁର: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପରିସରରେ ଥିବା ସ୍କୁଲ୍ ଅଫ୍ ଏଜୁକେସନ୍ ବିଭାଗରେ ଆଜି କଳାକୃତି ପ୍ରଦର୍ଶନୀ ଅନୁଷ୍ଟିତ ହୋଇଥିଲା। ଏସଓଇର ଅଧ୍ୟକ୍ଷ ଡ଼ଃ. ଶରତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମକୁ କୁଳପତି ପ୍ରଫେସର ଗୋବିନ୍ଦ ଜେ ଚକ୍ରପାଣି ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସମୂହ ମହାବିଦ୍ୟାଳୟର ଉନ୍ନୟନ ପରିଷଦର ନିର୍ଦେଶିକା ପ୍ରଫେସର୍ ଅରୁନ୍ଧତୀ ରଥ, ସମ୍ମାନୀତ ଅତିଥି ଭାବେ ଉପକୁଳ ସଚିବ ଡ଼ଃ ବାବୁଜୀ ସାମଲ, ସହ କୁଳସଚିବ ଡ଼ଃ ସରୋଜ କୁମାର ଦାଶ, ପ୍ରଫେସର ମାନସ ପାତ୍ର, ଏ. ସୂରୀୟା ପ୍ରକାଶ ପ୍ରମୁଖ ଯୋଗ ଦେଇଥିଲେ।

ଏଥିରେ ବିଭାଗର ଛାତ୍ରଛାତ୍ରୀଙ୍କ ଦ୍ଵାରା ଅଦରକାରୀ ଦ୍ରବ୍ୟ, ସୋଲ, କାଚ ବୋତଲରେ ପେଣ୍ଟିଂ, କଳରିଂ ଝୁଟି, କାଗଜ, ଶାମୁକା ଓ ବିଭିନ୍ନ ଶସ୍ୟରେ ପ୍ରସ୍ତୁତି କଳାକୃତି, ଅଏଲ ପେଣ୍ଟିଂ ପ୍ରଭୃତି କଳାକୃତି ନିର୍ମାଣ କରି ନିଜ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ। କୁଳପତି ଏହି କଳା କୃତିକୁ ଦେଖି ଉଚ୍ଚ ପ୍ରଶଂସା କରିଥିଲେ। ସ୍କୁଲ ଅଫ୍ ଏଜୁକେସନର ପ୍ରଥମ ଓ ଦ୍ବିତୀୟ ବର୍ଷର ଛାତ୍ର ଛାତ୍ରୀଗଣ ଏହି କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରିଥିବା ବେଳେ ବିଶ୍ଵବିଦ୍ୟାଳୟର ଅନ୍ୟ ଛାତ୍ରଛାତ୍ରୀମାନେ ଏହି କଳାକୃତି ବୁଲି ଦେଖିଥିଲେ। ଏଥିରେ ଏସଓଇର ରବିନ୍ଦ୍ର ନାଥ ସ୍ବାଇଁ, ରଶ୍ମିତା ଟେଡ, ରଞ୍ଜିତ ଗିରି, ସୁଚରିତା ରାଉତ, ମୂର୍ତ୍ତି ରାଜଶିବା ରାଓ, ଅର୍ଖ ଦ୍ଵାଜ୍ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.