ଋଷିକୂଲ୍ୟା ମୁହାଣରେ ଅଲିଭରିଡଲେଙ୍କ ଦେହରେ ଟ୍ୟାଗ୍‍ ଲାଗିଲା

ଗୋପାଳପୁର : ଗୋପାଳପୁର ଜେଡ ଏସ ଆଇ ଏବଂ ବନ ବିଭାଗର ମିଳିତରେ ବଙ୍ଗୋପସାଗର ତଟ ତଥା ଋଷିକୂଲ୍ୟା ମୁହାଣରେ ଅଲିଭ ରିଡଲେ ସାମୁଦ୍ରିକ କଇଁଛଙ୍କ ଫ୍ଲିପର ଟେଗୀଙ୍ଗ ପ୍ରକ୍ରିୟା ଆରମ୍ଭ ହୋଇଛି। ଗତକାଲି ସମୁଦାୟ ୨୨ ଟି କଇଁଛ ଦେହରେ ଫ୍ଲିପର ଟେଗୀଙ୍ଗ କରାଯାଇଥିବା ବେଳେ ଏଥିରେ ୧୧ ଟି ଅଣ୍ଡିରା ୧୧ ଟି ମାଇ କଇଁଛ ଦେହରେ ଟ୍ୟାଗ୍ କରାଯାଇଛି। ବ୍ୟବହୃତ ଟ୍ୟାଗ୍ ଗୁଡ଼ିକ ପୁର୍ବ ବର୍ଷ ଭଳି ପଞ୍ଜୀକୃତ ହୋଇଛି। ଏଥିରେ ସମ୍ପୂର୍ଣ ବିବରଣୀ ତଥ୍ୟ ସଂଗଠନର ନାମ, ଇ ମେଲ୍ ଆଇ ଡି ରହିଛି, ଏହା ଦ୍ବାରା କଇଁଛ ମାନଙ୍କ ଗତିବିଧି, ଶାରୀରିକ ବିକାଶ, ପ୍ରଜନନ କ୍ଷମତା, ବାସ ସ୍ଥାନ ଓ ଗତିବିଧି ଉପରେ ଅନୁସନ୍ଧାନ ଜଣା ପଡ଼ିବା ସହ ଟ୍ୟାଗ ହୋଇଥିବା କଇଁଛକୁ ଅନ୍ୟ ସ୍ଥାନରେ କେହି ଠାବ କଲେ ସେଥିରେ ଥିବା ଇ ମେଲ୍ ଆଇ ଡି ଦ୍ଵାରା ସୂଚନା ଦେବେ। ଦୀର୍ଘ ୨୫ ବର୍ଷ ବ୍ୟବଧାନରେ ଗତ ଜାନୁଆରି ୨୦୨୧ ରେ ଓଡ଼ିଶାରେ ଜେଡ ଏସ ଆଇ ପକ୍ଷରୁ ଏହି ଟ୍ୟାଗୀଙ୍ଗ ପ୍ରକିୟା ଆରମ୍ଭ ହୋଇଥିଲା।ଏହା ମଧ୍ୟରେ ୧୫୫୬ ଟି କଇଁଛକୁ ଟ୍ୟାଗ କରାଯାଇଥିବା ବେଳେ ଚଳିତ ବର୍ଷ ଅଲିଭ ରିଡଲେ ଙ୍କ  ଅଣ୍ଡା ଦେବାକୁ ଆସୁଥିବା ସମୟରେ ଟ୍ୟାଗୀଙ୍ଗ କରାଯିବ ବୋଲି ଜେଡ ଏସ ଆଇ କେନ୍ଦ୍ର ର ବୈଜ୍ଞାନିକ ଡଃ.ଅନିଲ ମହାପାତ୍ର ସୂଚନା ଦେଇଛନ୍ତି ।

Comments are closed.