ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ଫଟୋ ସାମ୍ବାଦିକତା ଉପରେ କର୍ମଶାଳା ଆୟୋଜିତ

ଗୋପାଳପୁର: ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ ଓ ନିକୋନ ଇଣ୍ଡିଆର ମିଳିତ ସହଯୋଗରେ ଫୋଟୋ ସାମ୍ବାଦିକତା ଉପରେ ଏକ ଦିନିକିଆ କର୍ମଶାଳା ଆୟୋଜିତ ହୋଇଯାଇଛି। ଆୟୋଜିତ କର୍ମଶାଳାରେ ମୁଖ୍ୟଅତିଥି ଭାବେ କୁଳପତି ପ୍ରଫେସର ଗୋବିନ୍ଦ ଚକ୍ରପାଣି ଯୋଗ ଦେଇ କର୍ମଶାଳାକୁ ଉଦଘାଟନ କରିଥିଲେ। ଅନ୍ୟତମ ଅତିଥି ଭାବେ ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ପ୍ରତାପ କୁମାର ମହାନ୍ତି ଯୋଗ ଦେଇଥିଲେ। ବିଭାଗୀୟ ମୁଖ୍ୟ ଡକ୍ଟର ବନ୍ଦିତା ପଣ୍ଡା ଅତିଥି ପରିଚୟ ପ୍ରଦାନ ସହ ସଭା ପରିଚାଳନା କରିଥିଲେ। ଫଟୋ ସାମ୍ବାଦିକତାର ଅର୍ଥ ଏବଂ ଫୋଟୋଗ୍ରାଫିର ବିଭିନ୍ନ କୌଶଳ ଉପରେ ଏଥିରେ ଅତିଥିମାନେ ମତପୋଷଣ କରିଥିଲେ।

ନିକୋନ ଇଣ୍ଡିଆର ଟେକ୍ନିକାଲ ଅଫିସର୍ ପଲ୍ଲବ ପଲ, ଡେପୁଟି ମ୍ୟାନେଜର ଦେବେସ ମାଝୀ, ଡ଼ିଷ୍ଟ୍ରିବୁସନ ବିଭାଗର ଦେବାଂଶୁ ପଟ୍ଟନାୟକ ଏବଂ ଟ୍ରେନର ସନ୍ତୋଷ ବେଜ ପ୍ରମୁଖ ସାମିଲ ରହିଥିଲେ। ଏହି କର୍ମଶାଳାରେ ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗର ବିଦ୍ୟାର୍ଥୀମାନେ ଯୋଗ ଦେଇଥିଲେ। ଆୟୋଜିତ କାର୍ଯ୍ୟକ୍ରମକୁ ବିଭାଗର ଛାତ୍ରୀ ସୁଭାଷିନୀ ଏବଂ ଆବିର୍ଭୁତା ପରିଚାଳନା କରିଥିବା ବେଳେ ବିଭାଗୀୟ ମୁଖ୍ୟ ଡକ୍ଟର ବନ୍ଦିତା ପଣ୍ଡା ଧନ୍ୟବାଦ୍ ଭାଷଣ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଭାଗୀୟ ପ୍ରଧ୍ୟାପକ ଅଗ୍ନି ବେହେରା, ରାଜକିଶୋର ପାତ୍ର, ଶାେୟମ୍ ବେଦାନ୍ତ, କମଲିକା ପ୍ରମୁଖ ସହଯୋଗ କରିଥିଲେ।

Comments are closed.