ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ମହିଳା ବ୍ୟାଡମିଣ୍ଟନ ଦଳର ଗୌହାଟି ଗସ୍ତ

ଗୋପାଳପୁର: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ତରଫରୁ ମହିଳା ବ୍ୟାଡମିଣ୍ଟନ ଦଳ ଆଜି ଗୌହାଟି ଗସ୍ତ କରିଛନ୍ତି। ଏହି ଦଳ ଗୌହାଟି ସ୍ଥିତ ରୟାଲ ଗ୍ଲୋବାଲ ବିଶ୍ୱବିଦ୍ୟାଳୟରେ ଚଳିତ ମାସ ୧୭ ତାରିଖ ଠାରୁ ୧୯ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଆନ୍ତଃ ବିଶ୍ଵବିଦ୍ୟାଳୟ ପ୍ରତିଯୋଗିତାରେ ଭାଗ ନେବେ। ଆଜି ଗସ୍ତ କରିଥିବା ବ୍ୟାଡମିଣ୍ଟନ ଦଳରେ ବାଲିଗୁଡା ଆଦିବାସୀ କଲେଜର ଜୟଶ୍ରୀ ମଲିକ, ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପିଜି ବିଭାଗର ପ୍ରିୟଙ୍କା ଦାସ, ଗଞ୍ଜାମ କଲେଜର ସମୀକ୍ଷା ଦାସ ଓ କୋଚ ତଥା ମ୍ୟାନେଜର ଭାବେ ଖଲିକୋଟ ଆର୍ ସି ଏମ୍ ସାଇନ୍ସ କଲେଜର ଜଗଦୀଶ ପାଢ଼ୀ ଗସ୍ତ କରିଛନ୍ତି। କ୍ରୀଡା ପରିଷଦ ପକ୍ଷରୁ କ୍ରୀଡା ପରିଷଦ ସମ୍ପାଦକ ଡ଼ଃ. ଶେଷଦେବ ପାତ୍ର, ସହ କୁଳସଚିବ ଡ଼ଃ ସରୋଜ କୁମାର ଦାଶ, ରାଜେଶ ମହାନ୍ତି, ଦୀପକ ତିୱାରବାଲା, ଏସ.କ୍ରିଷ୍ଣା ରେଡ୍ଡୀ ଓ ସୁନିଲ ଦାସ ପ୍ରମୁଖ ଶୁଭେଛା ଜଣାଇଛନ୍ତି।

Comments are closed.