ଏନଏସଏସ ନିର୍ଦ୍ଦେଶିକାଙ୍କ ଗୋପାଳପୁର ମହାବିଦ୍ୟାଳୟ ପରିଦର୍ଶନ

ଗୋପାଳପୁର: ଗୋପାଳପୁର ମହାବିଦ୍ୟାଳୟ ପରିଦର୍ଶନରେ ଶନିବାର ଏନଏସଏସ ନିର୍ଦ୍ଦେଶିକା ଆସି ମହାବିଦ୍ୟାଳୟରେ ଶାଖା କିପରି ଚାଲିଛି ତାହାର ଅନୁଧ୍ୟାନ କରିଥିଲେ। ରାଜ୍ୟ ସରକାରଙ୍କର ଏନଏସଏସର ନିର୍ଦେଶିକା ସରିତା ପଟେଲ, ରାଜ୍ୟ ଏନଏସଏସ ଅଧିକାରୀ ତଥା ଉପ ଶାସନ ସଚିବ ଉଚ୍ଚ ଶିକ୍ଷା ବିଭାଗର ଡ଼ଃ.ରମେଶ ଚନ୍ଦ୍ର ବେହେରା, ସହକାରୀ ସଂଯୋଜକ ତାଲିମ ପ୍ରଶିକ୍ଷକ ନିରଦ ବରଣ ଖୁଣ୍ଟିଆ, କୋରାପୁଟର କାର୍ଯ୍ୟକ୍ରମ ଅଧିକାରୀ କିଶୋର ଚନ୍ଦ୍ର ବେହେରା ପ୍ରମୁଖ ଗୋପାଳପୁର ମହାବିଦ୍ୟାଳୟ ପରିଦର୍ଶନ କରିଥିଲେ। ଏହି ଅବସରରେ ମହାବିଦ୍ୟାଳୟର ଏନ୍ ଏସ ଏସର କାର୍ଯ୍ୟଧାରା ନେଇ ଅନୁଧ୍ୟାନ କରିଥିଲେ।

କଲେଜର ଅଧ୍ୟକ୍ଷ ଡ଼ଃ.ବିପ୍ର ଚରଣ ମହାଙ୍କୁଡଙ୍କ ସହ ଆଲୋଚନା କରି ଏନ୍ ଏସ ଏସ ଉଚ୍ଚ ମାନର କାର୍ଯ୍ୟ ସମ୍ପାଦନ କରୁଥିବା ଅନୁଭବ କରି କଲେଜ କତୃପକ୍ଷଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ। ଉପ ସଚିବ ଡ଼ଃ.ବେହେରା ଏନ୍ ଏସ ଏସ ସ୍ବେଛାସେବୀମାନଙ୍କୁ ନିଃସ୍ୱାର୍ଥପରତା ସହ ସେବା କରିବା ପାଇଁ ଉପଦେଶ ଦେଇଥିଲେ। ଏଥିରେ କଲେଜ ପ୍ରୋଗ୍ରାମ ଅଫିସର ଏସ. ରୂପଲକ୍ଷ୍ମୀ, ସନ୍ତୋଷ ବେହେରା, ଡ଼ଃ.ଗିରିଶ ଚନ୍ଦ୍ର ବେହେରା, ଡ଼ଃ ରଶ୍ମିତା ପାତ୍ର, ଜି.ଗଜପତି ରାଓ, ବିରଞ୍ଚି ଜଗଦେବ ରାୟ, ଜି.ଗଣେଶ ପ୍ରମୁଖ ଉପସ୍ଥିତ ଥିଲେ। କଲେଜର ପ୍ରୋଗ୍ରାମ ଅଫିସର ଏସ. ରୂପଲକ୍ଷ୍ମୀଙ୍କୁ ଉଚ୍ଚ ପ୍ରଶଂସା କରି ଏନ୍ ଏସ ଏସକୁ ରାଜ୍ୟ ସ୍ତରରେ ଏକ ନମ୍ବର କରିବା ପାଇଁ ପରାମର୍ଶ ଦେଇଥିଲେ।

Comments are closed.