ସୂଚନା ଫଳକ ନଥାଇ ରାସ୍ତା କାମ ଅଭିଯୋଗ

ଗୋପାଳପୁର: ମନ୍ତ୍ରୀଡି ପଞ୍ଚାୟତ ଅନ୍ତର୍ଗତ ବିଜୁ ପଟ୍ଟନାୟକ ଆଦର୍ଶ ବିଦ୍ୟାଳୟ ଓ ବୃଦ୍ଧା ଆଶ୍ରମକୁ ସଂଯୋଗ ନିମନ୍ତେ ରାସ୍ତା କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ନିର୍ମାଣ କାର୍ଯ୍ୟ ସ୍ଥଳରେ କୈାଣସି ସୂଚନା ଫଳକ ନଥିବାରୁ ଏହାକୁ କେଉଁ ବିଭାଗ କେତେ ଟଙ୍କା ଅନୁଦାନରେ କରୁଛି ତାହା ଜଣାପଡୁ ନାହିଁ। ଅନ୍ୟ ପଟେ ଉକ୍ତ ରାସ୍ତା କେଉଁ ବିଭାଗ କରୁଛି ତାହା ମଧ୍ୟ ସେ ଜାଣି ନଥିବା ନିଜେ ସରପଞ୍ଚ ପ୍ରଶାନ୍ତ କୁମାର ଦାସ ଅଭିଯୋଗ କରିଛନ୍ତି। ଏଥି ସହ ଶ୍ରୀ ଦାସ ଅଭିଯୋଗ କରିଛନ୍ତି ଯେ ପଞ୍ଚାୟତର ଛୋଟିଆ କାମଟିଏ କରାଗଲେ ମଧ୍ୟ ସୂଚନା ଫଳକ ଲାଗୂଥୁବା ବେଳେ ଏତେ ବଡ଼ ରାସ୍ତା କାମରେ ସୂଚନା ଫଳକଟିଏ ନଲାଗିବା ବିଡ଼ମ୍ବନା ସହ ସରକାରଙ୍କ ନିର୍ଦ୍ଦେଶକୁ ସମ୍ପୂର୍ଣ୍ଣ ରୂପେ ଅଣଦେଖା କରାଯାଇଛି।

Comments are closed.