ଓଡ଼ିଶା ପୃଷ୍ଟି ମହୋତ୍ସବ ଉଦଘାଟିତ

ଗୋପାଳପୁର: ରଙ୍ଗେଇଲୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ରଙ୍ଗେଇଲୁଣ୍ଡା କଲ୍ୟାଣ ମଣ୍ଡପ ପରିସରରେ ପୃଷ୍ଟି ମହୋତ୍ସବ ଆୟୋଜନ କରାଯାଇଥିଲା। ଏହି ଉତ୍ସବକୁ ପିଡି ଡିଆରଡିଏ ସିନ୍ଧେ ଦତ୍ତାତ୍ରୟ ଭାଉ ସାହେବ ଯୋଗ ଦେଇ ଉଦଘାଟନ କରିଥିଲେ। ପରେ ଶିଶୁ, ଗର୍ଭବତୀ ମହିଳା, କିଶୋରୀ, ପ୍ରସୂତିଙ୍କ ପାଇଁ ଆବଶ୍ୟକ ପୃଷ୍ଟିକର ଖାଦ୍ୟ ପେୟ ଉପରେ ଆଲୋକପାତ କରିଥିଲେ। ତାହା ସହ ବିଭିନ୍ନ ପିଠା, କ୍ଷୀର ଓ କ୍ଷୀର ଜାତୀୟ ଦ୍ରବ୍ୟ, ଶାଗ, ପନିପରିବା, ଡାଲି ଜାତୀୟ ଶସ୍ୟ, ପୃଷ୍ଟି କର ଯୁକ୍ତ ସାମଗ୍ରୀର ପ୍ରଦର୍ଶନୀ କୁବୁଲି ଦେଖିଥିଲେ।

Comments are closed.