ସମୁଦ୍ରରେ ବୁଡ଼ି ଯାଉଥିବା ବେଳେ ଦୁଇ ଯୁବକ ଉଦ୍ଧାର

ଗୋପାଳପୁର: ମଙ୍ଗଳବାର ଅପରାହ୍ନ ପ୍ରାୟ ଚାରିଟା ବେଳେ ସମୁଦ୍ରରେ ଗାଧୋଉଥିବା ବେଳେ ଝାଡଖଣ୍ଡର ଦୁଇ ଯୁବକ ସମୁଦ୍ର ସ୍ରୋତରେ ଭାସି ଯାଉଥିଲେ, କିନ୍ତୁ ବେଳାଭୂମିରେ ନିୟୋଜିତ ରହିଥିବା ଲାଇଫ ଗାର୍ଡ ଜି ଚିଟିବାବୁ ଉଭୟଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ ମଧ୍ୟ ଜଣେ ଯୁବକ ଗୁରୁତର ହୋଇଥିଲେ। ଗୁରୁତର ହୋଇଥିବା ଯୁବକ ଜଣକ ଇବରାର ଅଂଶାରି (୨୪) ବୋଲି ସୂଚନା ମିଳିଛି।

ଚିଟିବାବୁଙ୍କ ପକ୍ଷରୁ ଜଣଙ୍କୁ ପ୍ରଥମେ ଉଦ୍ଧାର କରିଥିବା ବେଳେ ଇବରାର କିନ୍ତୁ ସମୁଦ୍ରରେ ଗଭୀର ଅଞ୍ଚଳକୁ ଚାଲି ଯାଇଥିଲେ। କିନ୍ତୁ ଚିଟିବାବୁ ଇବରାରକୁ ମଧ୍ୟ ଉଦ୍ଧାର କରି କୂଳକୁ ଆଣି ପ୍ରାଥମିକ ଚିକିତ୍ସା କରିଥିଲେ। କିନ୍ତୁ ଇବରାର ପାଣି ପିଇ ଦେଇଥିବାରୁ ଗୁରୁତର ରହିଥିଲେ। ବେଳାଭୂମିରେ ସଫେଇ କାର୍ଯ୍ୟରେ ନିୟୋଜିତ ରହୂ ଏନ୍ ଏ ସି ସଫେଇ କର୍ମଚାରୀ ବସନ୍ତ ନାୟକ, ଲିବୁ ନାୟକ, ଏସ. ଗୋପାଲି ପ୍ରମୁଖ ତୁରନ୍ତ ଏକ ଅଟୋ ଯୋଗେ ଗୋପାଳପୁର ମେଡିକାଲ୍ କୁ ଚିକିତ୍ସା ନିମନ୍ତେ ନେଇଥିଲେ। କିନ୍ତୁ ସେଠାରେ ସ୍ଵାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାକୁ ବ୍ରହ୍ମପୁର ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।

Comments are closed.